Only for Entertainment

ଇମ୍ରାନ ଖାନଙ୍କ ଶପଥ ଗ୍ରହଣରେ ପହଂଚିବେ ନାହିଁ ଅମୀର ଖାନ,ଜାଣନ୍ତୁ କାହିଁକି?

bollywood tadka
0 33

ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । କିଛି ଦିନ ପରେ ସେ ପାକିସ୍ତାନର ସତ୍ତା ସମ୍ଭାଳିବେ । ଖବର ଅନୁସାରେ ୧୧ ଅଗଷ୍ଟକୁ ଇମ୍ରାନ ଖାନ ଶପଥ ଗ୍ରହଣ କରିବେ ।

ଖବର ଅନୁସାରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ ହେବାକୁ ଥିବା ସମାରୋହକୁ ଭାରତର କିଛି ରାଜନେତା ଏବଂ ବଲିଉଡ ଆକ୍ଟରଙ୍କୁ ଯେପରି ଅମୀର ଖାନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଇଛନ୍ତି । କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ସ୍ୱୟଂ ଅମୀର ଖାନ ।

ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଅମୀର ଖାନଙ୍କ କହିବା ଅନୁସାରେ ତାଙ୍କୁ କୌଣସି ନିମନ୍ତ୍ରଣ ଆସିନାହିଁ । ଏକ ଭାରତୀୟ ଟିଭି ଚ୍ୟାନେଲ ସହିତ କଥା ହେଉଥିବା ସମୟରେ ଅମୀର କହିଛନ୍ତିଯେ , “ମୋତେ ଇମ୍ରାନ ଖାନଙ୍କ ତରଫରୁ କୌଣସି ନିମନ୍ତ୍ରଣ ମିଳିନାହିଁ,ତେଣୁ ମୁଁ ଯାଉନାହିଁ,ଏହା ସହିତ ମୁଁ ଖୁବ ବ୍ୟସ୍ତ ଅଛି” ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More