Only for Entertainment

ପରଦାରେ ନଜର ଆସିବ ଅମୀର ଖାନ ଏବଂ ଆଲିୟା ଭଟ୍ଟଙ୍କ କେମେଷ୍ଟ୍ରି ।

India.com
0 41

ବଲିଉଡରେ ମିଷ୍ଟର ପର୍ଫେକ୍ସନିଷ୍ଟ ଅମୀର ଖାନ ସର୍ବଦା ଭିନ୍ନ ଭିନ୍ନ କାହାଣୀକୁ ନେଇ ପରଦାରେ ନଜର ଆସନ୍ତି । ସେଥିପାଇଁ ତାଙ୍କ ଫିଲ୍ମ ସବୁଠାରୁ ନିଆରା । ପ୍ରତ୍ୟେକ ବ୍ୟକ୍ତି ତାଙ୍କ ସହିତ କାମ କରିବାକୁ ଇଛୁକ ଥାଆନ୍ତି । ନିକଟରେ ତାଙ୍କ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନର ସୁଟିଂ ଚାଲିଛି । ଫିଲ୍ମରେ ଅମିତାଭ ବଚ୍ଚନ,କ୍ୟାଟ୍ରିନା କୈଫ ଏବଂ ଫତିମା ସନା ଶେଖ ପ୍ରମୁଖ ନଜର ଆସିବେ ।

‘ଠଗ୍‌ସ ଅଫ୍‌ ହିନ୍ଦେସ୍ତାନ୍‌’ପରେ ଅମୀର ଖାନ୍‌ କେଉଁ ସିନେମାରେ କାମ କରିବେ,ତାକୁ ନେଇ ପ୍ରଶଂସକଙ୍କ ମହଲରେ ଉତ୍କଣ୍ଠା ଲାଗି ରହିଛି। ଶୁଣିବାକୁ ମିଳୁଛି ଯେ,ଏବେ ଅମୀର ଖାନ୍‌ଙ୍କ ହାତରେ ଏକ ନୂଆ ଫିଲ୍ମ ରହିଛି,ଯାହା ଏକ ହଲିଉଡ ଫିଲ୍ମର ରିମେକ୍‌ ।

ଅମୀର ଖାନ୍‌ଙ୍କ ଏହି ନୂଆ ସିନେମାର ଟାଇଟଲ୍‌ ଏଯାଏଁ ଜଣା ପଡି ନାହିଁ। ତେବେ ଏହି ସିନେମାର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେଉଥିବାର ଖବର ମିଳିଛି। ଏହା ୨୦୧୯ ବଡ଼ ଦିନ ଅବସରରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ଏହି ଅନ୍‌ ଟାଇଟଲ୍‌ଡ ଫିଲ୍ମର ନିର୍ଦ୍ଦେଶନା ଦେବେ ସକୁନ୍‌ ବାତ୍ରା। ସକୁନ୍‌ ପୂର୍ବରୁ କପୁର ଆଣ୍ଡ୍‌ ସନ୍‌ସ ଭଳି ସିନେମାର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମରେ ଅମୀର ଖାନ୍‌ଙ୍କ ବିପକ୍ଷରେ ଆଲିଆ ଭଟ୍ଟ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ଆଗରୁ ଆଲିଆ ଶାହରୁଖ୍‌ ଖାନଙ୍କ ସହ ଡିଅର୍‌ ଜିନ୍ଦେଗିରେ କାମ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More