Only for Entertainment

ବହୁ ବର୍ଷ ପରେ ଶାହାରୁଖଙ୍କୁ ଫୋନ କଲେ ଅମୀର, ସାମ୍ନାକୁ ଆସିଲା ଏହି କାରଣ ।

zee news
0 35

ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ ଏବେ ତାଙ୍କର ଆଗାମୀ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ସୁଟିଂକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । କିନ୍ତୁ ଏହା ପୂର୍ବରୁ ସେ ମହତ୍ତ୍ୱାକାଂକ୍ଷୀ ଫିଲ୍ମ ମହାଭାରତରେ କାମ କରିବାକୁ ଚାହୁଁଥିଲେ । ଯେଉଁଥିରେ ସେ କୃଷ୍ଣଙ୍କ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମର ପ୍ରି ପଡକ୍ସନ କାମ ମଧ୍ୟ ଆରମ୍ଭ ହୋଇସାରିଛି ।

ଫିଲ୍ମ ମହାଭାରତ ପାଇଁ ଅମୀର ଖାନ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ଉପରେ ନିର୍ମିତ ଫିଲ୍ମ ‘ସାଲ୍ୟୁଟ’ କରିବାକୁ ମଧ୍ୟ ମନା କରି ଦେଇଛନ୍ତି । ଏହି କାରଣରୁ ରାକେଶ ଶର୍ମାଙ୍କ ବାୟୋପିକ ଫିଲ୍ମ ଉପରେ ବାଦଲର ଛାୟା ଖେଳିଯାଇଥିଲା । ତେବେ ଅମୀର ଖାନଯେ ରାକେଶ ଶର୍ମାଙ୍କ ଚରିତ୍ରରେ ନଜର ଆସନ୍ତୁ ଏହା ମଧ୍ୟ ରାକେଶ ଶର୍ମାଙ୍କର ଖୁବ ଇଛା ଥିଲା । କେବଳ ସେତିକି ନୁହେଁ ଅମୀର ଖାନ ମଧ୍ୟ ଏହି ଫିଲ୍ମ କରିବାକୁ ଖୁବ ଇଛୁକ ଥିଲେ,କିନ୍ତୁ ମହାଭାରତ କାରଣରୁ ତାଙ୍କୁ ଫିଲ୍ମ ସାଲ୍ୟୁଟକୁ ଛାଡ଼ିବାକୁ ପଡ଼ିଲା । କିନ୍ତୁ ଏହି ଫିଲ୍ମକୁ ନ୍ୟାୟର ସହିତ କେହି ଜଣେ ଅଭିନେତା ଅଭିନୟ କରନ୍ତୁ ଏହା ଅମୀରଙ୍କ ଇଛା । ଫିଲ୍ମକୁ ଛାଡ଼ିଦେବା ପରେ ମଧ୍ୟ ସେ ଚରିତ୍ର ଖୋଜିବାରେ ବ୍ୟସ୍ତ ଅଛନ୍ତି ।

 

ଏକ ମିଡିଆ ରିପୋର୍ଟ ଅନୁସାରେ ଏହି ଫିଲ୍ମ ପାଇଁ ଅମୀର ଖାନ ନିଜେ ଶାହାରୁଖଙ୍କୁ ଫୋନ କରିଥିଲେ । ଏଥିରେ ସେ ଫିଲ୍ମ ଛାଡ଼ିବାର କାରଣ ମଧ୍ୟ କହିଥିଲେ । ଏହା ସହିତ କିଙ୍ଗ ଖାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ । ଯାହାପରେ ଶାହାରୁଖ କାହାଣୀ ଶୁଣିଥିଲେ ଏବଂ ତାଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥିଲା । ଏହାପରେ ଫିଲ୍ମର ପ୍ରଯୋଜକ ସିଦ୍ଧାର୍ଥ ରାୟ କପୁରଙ୍କୁ ଆଶ୍ୱସନା ମିଳିଥିଲା । ସୂଚନା ଅନୁସାରେ ଏହା ପୂର୍ବରୁ ଶାହାରୁଖ ଫିଲ୍ମ ସ୍ୱଦେଶରେ ନାସାର ବୈଜ୍ଞାନିକ ଚରିତ୍ରରେ ନଜର ଆସିଥିଲେ । କିନ୍ତୁ ଏହା ତାଙ୍କ ପାଇଁ ପ୍ରଥମ ମୌକା ହେବ ଯେଉଁଥିରେ କିଙ୍ଗ ଖାନ କୌଣସି ଆଷ୍ଟ୍ରୋନାଂଟ ଚରିତ୍ରରେ ନଜର ଆସିବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More