Only for Entertainment

ଅମୀର ଖାନଙ୍କ ଉପରେ ମି ଠୁ କ୍ୟାମ୍ପେନର ପ୍ରଭାବ,ଛାଡ଼ିଲେ ଗୁଲସନ କୁମାରଙ୍କ ବାୟୋପିକ ଫିଲ୍ମ ।

youtube
40

ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଅମୀର ଖାନ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା ସମସ୍ତଙ୍କ ଠାରୁ ହଟକା । ଏହି ଥର ମଧ୍ୟ ସେହିଭଳି କିଛି ଦେଖାଦେଇଛି ଅମୀରଙ୍କ କ୍ଷେତ୍ରରେ । କୁହାଯାଉଛି ଅମୀରଙ୍କ ଉପରେ ପଡ଼ିଛି ମି ଠୁ କ୍ୟାମ୍ପେନର ପ୍ରଭାବ । ଯୌନ ଉତ୍ପୀଡ଼ନ ମାମଲାରେ କଡ଼ା ନିଷ୍ପତ୍ତି ନେଇଛି ଏହି ଦାମୀ କଳାକାର । ଖବର ଅନୁସାରେ ଅମୀର ଖାନ ଗୁଲସନ କୁମାରଙ୍କ ବାୟୋପିକ ଫିଲ୍ମ ମୁଗଲରୁ ନିଜକୁ ବାହାର କରି ସାରିଛନ୍ତି । କାରଣ ସେ ନିଜେ ଏହି ଫିଲ୍ମକୁ ପ୍ରଡ୍ୟୁସ କରିବାକୁ ଯାଉଥିଲେ ।

ଅମୀର ଏକ ଷ୍ଟେଂଟମେଂଟ ଜାରି କରି ଲେଖିଛନ୍ତିଯେ ତାଙ୍କୁ କେହି ଜଣେ ମନେ ପକାଇଦେଲାଯେ ସେ ତାଙ୍କର ଆଗାମୀ ଫିଲ୍ମ ଯାହା ସହିତ କରିବାକୁ ଯାଉଛନ୍ତି ତାଙ୍କ ଉପରେ ଯୌ ଉତ୍ପୀଡ଼ନର ଆରୋପ ଲାଗିଛି ।ଯାଂଚ କରିବା ପରେ ଜଣାଗଲାଯେ ଏହା କାନୁନ ଅଧୀନରେ । ସେ ଏହା ସହିତ ଲେଖିଛନ୍ତିଯେ ଆମେ କୌଣସି ଇନଭେଷ୍ଟିଙ୍ଗ ଏଜେନ୍ସ ନୁହଁନ୍ତି, ଆମେ ବିଚାର କରିପାରିବୁ ନାହିଁ । ତେଣୁ କାହାକୁ ଜଜ ନ କରି ଏହି ଫିଲ୍ମରୁ ମୁଁ ନିଜକୁ ବାହାର କରି ନେଉଛି ।

ପୂରା ଷ୍ଟେଟମେଂଟରେ ଅମୀର ଫିଲ୍ମର ନାମ ଅବଶ୍ୟ ନେଇ ନାହାଁନ୍ତି । ଏହା ସହିତ କୌଣସି ନିର୍ଦ୍ଦେଶକଙ୍କ ନାମ ନେଇ ନାହାଁନ୍ତି । କହି ରଖୁଛୁଯେ ଅମୀର ଠଗ୍ସ ଅଫ ହିନ୍ଦୋସ୍ତାନ ପରେ ମୁଗଲର ସୁଟିଂ ଆରମ୍ଭ କରିଥାନ୍ତେ । ତେଣୁ ଅନୁମାନ କରାଯାଉଛିଯେ ସେ ଏହି ଫିଲ୍ମରୁ ନିଜକୁ ବାହାର କରି ସାରିଛନ୍ତି । ମୁଗଲର ନିର୍ଦ୍ଦେଶନା ଦେଇଥାନ୍ତେ ସୁଭାଷ କପୁର ।
ଅମୀରଙ୍କ ଷ୍ଟେଟମେଂଟ ପରେ ସୁଭାଷ କହିଛନ୍ତିଯେ ମୁଁ ଅମୀର ଏବଂ କିରଣ ରାଓଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛି,କୋର୍ଟରେ ବିଚାର ଚାଲିଛି । କହି ରଖୁଛୁଯେ ୨୦୧୨ରେ ଅଭିନେତ୍ରୀ ଗୀତିକା ତ୍ୟାଗି ସୁଭାଷ କପୁରଙ୍କ ଉପରେ ଯୌନ ଉତ୍ପୀଡ଼ନର ଆରୋପ ଲଗାଇଥିଲେ । ଏହା ସହିତ ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ଗୀତିକା ସୁଭାଷଙ୍କୁ ଥାପଡ଼ ମାରିଥିବା ଦୃଶ୍ୟ ନଜର ଆସିଥିଲା । ଏହା ଖୁବ ଭାଇରାଲ ହୋଇଥିଲା । ଏହାପରେ ସୁଭାଷଙ୍କୁ ଗିରଫ କରାଯାଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଜାମିନରେ ଆସିଥିଲେ ।

ଅମୀର ଲେଖିଛନ୍ତିଯେ କ୍ରିଏଟିଭ ଲୋକ ହୋଇଥିବାରୁ ମୁଁ ସାମାଜିକ ଘଟଣାର ସମାଧାନ ଖୋଜିବା ପାଇଁ କମିଟେଡ । ଅମୀରଙ୍କ ପ୍ୟଡକ୍ସନ ହାଉସ ସବୁବେଳେ ସେକ୍ସୁଆଲ ହାରାସମେଂଟ ମାମଲାରେ ଜିରୋ ଟଲରେନ୍ସ ନୀତି ଆପଣାଇଛନ୍ତି । ଆମେ ସେକ୍ସୁଆଲ ହାରାସମେଂଟର କୌଣସି ମାମଲାକୁ ପୂରା ବିରୋଧ କରୁ । ଏହା ସହିତ ସେହି ମାମଲାକୁ ମଧ୍ୟ ଯାହା ଉପରେ ମିଛ ଆରୋପ ଲଗା ଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More