Only for Entertainment

ଗଜନୀର ସିକ୍ୱେଲ ଅଭିମୁଖେ ଅମୀର ଖାନ ।

The Indian Express
27

ଫିଲ୍ମ  ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ଫ୍ଲପ୍‌ ହେବା ପରେ ଆମୀର ସବୁ ଦୋଷ ନିଜ ଉପରେ ନେବା ସହ ଏବେ ସେ ଫିଲ୍ମ ଚୟନ କରିବାର ଶୈଳୀକୁ ବଦଳାଇଥିବା ଜଣାପଡ଼ିଛି । ଦର୍ଶକଙ୍କୁ ସିନେମା ଘରକୁ ଟାଣି ଆଣିବା ଭଳି ଫିଲ୍ମ ତିଆରି କରିବା ପାଇଁ ସେ ମନସ୍ଥ କରିଥିବା ବେଳେ ମହାଭାରତ ଭଳି ଫିଲ୍ମରେ କାମ କରିବେ ନାହିଁ ବୋଲି ନିଷ୍ପତ୍ତି କରିଛନ୍ତି । ମହାଭାରତ ଛାଡ଼ି ସେ ଏବେ ୨୦୦୮ରେ ରିଲିଜ୍‌ ହୋଇଥିବା ତାଙ୍କର ସୁପରହିଟ୍‌ ଫିଲ୍ମ ‘ଗଜନୀ’ର ଦ୍ୱିତୀୟ ଭାଗ ନିର୍ମାଣ କରିବାକୁ ଯାଉଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଫିଲ୍ମ ନିର୍ମାତା କିଛି ଦିନ ପୂର୍ବରୁ ‘ଗଜନୀ-୨’ର ଟାଇଟଲ ରେଜିଷ୍ଟର କରିଥିବା ଜଣା ପଡ଼ିଛି । ଟାଇଟଲଟି ଉଭୟ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରେଜିଷ୍ଟର କରାଯାଇଛି । ଫିଲ୍ମର ନିର୍ମାତା ‘ଗଜନୀ-୨’କୁ ନେଇ ଅଧିକାରୀକ ଭାବରେ କୌଣସି ଘୋଷଣା କରି ନ ଥିବା ବେଳେ ରେଜିଷ୍ଟ୍ରେସନରୁ ଏହି ଫିଲ୍ମ ନିର୍ମାଣର ଯୋଜନା ଚାଲୁଥିବା ସ୍ପଷ୍ଟ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More