Only for Entertainment

ବାହୁବଳୀର ରେକର୍ଡ ଭାଙ୍ଗିବେ ଅମିର, ୧୦୦୦ କୋଟିରେ ନିର୍ମାଣ ହେବାକୁ ଯାଉଛି ମହାଭାରତ

GQ India
0 70

ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମୀ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାପରେ ଅମିର ଯେଉଁ ନୂଆ ପ୍ରୋଜେକ୍ଟରେ ସାମିଲ ହେଉଛନ୍ତି ତାହା ଭାରତର ସବୁଠାରୁ ମହଙ୍ଗା ଫିଲ୍ମ ହେବ ବୋଲି ଚର୍ଚ୍ଚା ହେଉଛି । ମହାଭାରତ ଉପରେ ଆଧାରିତ ଏହି ଫିଲ୍ମରେ ଭାରତର ଶିଳ୍ପପତି ମୁକେଶ ଅମ୍ବାନୀ ମଧ୍ୟ ସାମିଲ ହେବେ ।
ରିପୋର୍ଟ ଅନୁସାରେ ମୁକେଶ ଅମ୍ବାନୀଙ୍କ ସହ ନିର୍ମାଣରେ ନିର୍ମିତ ହେବାକୁ ଥିବା ଅମିରଙ୍କ ଏହି ଫିଲ୍ମ ସିରିଜର ବଜେଟ ୧୦୦୦ କୋଟିରୁ ଅଧିକ ହୋଇପାରେ । ଫିଲ୍ମ ଟ୍ରେଡ ବିଶେଷଜ୍ଞ ରମେଶ ବାଲା ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି ।


ଏଥିରୁ ଜଣା ପଡୁଛି ଅମିରଙ୍କ ଏହି ଫିଲ୍ମ ବର୍ତ୍ତମାନର ସବୁଠାରୁ ମହଙ୍ଗା ଫିଲ୍ମ ବାହୁବଳୀର ରେକର୍ଡ ଭାଙ୍ଗିବାକୁ ଯାଉଛି । ବାହୁବଳୀର ଦୁଇଟି ସିରିଜର ନିର୍ମାଣରେ ପାଖାପାଖି ୪୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଅମିରଙ୍କ ଏହି ନୂଆ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅମିରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ବୟାନ ଆସିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More