Only for Entertainment

ଅମିତାଭ ବଚ୍ଚନ ଏବଂ ଆଲିୟା ଭଟ୍ଟ ଟ୍ୱିଟ କରି କରିଦେଲେ ବଡ଼ ଭୁଲ, କରିବାକୁ ପଡ଼ିଲା ଡିଲିଟ ।

jansatta
40

ଅମିତାଭ ବଚ୍ଚନ ଏବଂ ଆଲିୟା ଭଟ୍ଟ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ତେଣୁ ଏହି ଦୁଇ ତାରକା ସୋସିଆଲ ମିଡିଆରେ କେତେକ ଫଟୋ ଏବଂ ଭିଡ଼ିଓ ଆଦି ଶେୟାର କରିଥାନ୍ତି । ତେବେ ନିକଟରେ ଏହି ଦୁଇ ତାରକା କିଛି ଏଭଳି ପୋଷ୍ଟ ଶେୟାର କଲେ ଯାହା ଦ୍ୱାରା ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡ଼ିଲା । ଟ୍ରୋଲ ହେବାର କିଛି ସମୟ ପରେ ଆଲିୟା ଏବଂ ବିଗ ବି ସେହି ପୋଷ୍ଟ ଡିଲିଟ କରିଦେଲେ ।

ବାସ୍ତବରେ ଆଲିୟା ଏବଂ ବିଗବି ପ୍ରୟାଗରାଜର ଏକ ମ୍ୟାପ ଶେୟାର କରିଥିଲେ । ମ୍ୟାପ ଶେୟାର କରି ବିଗ ବି କ୍ୟାପ୍ସନରେ ଲେଖିଥିଲେ ଏକ ନିଆରା କାହାଣୀ ଏବଂ ନିଆରା ଆରମ୍ଭ । ଏହା ସହିତ ଆଲିୟା ଲେଖିଥିଲେଏଥିପାଇଁ ବହୁତ ଉତ୍ସାହିତ ଅଛି ।

ବିଗ ବି ଏବଂ ଆଲିୟା ଏହି ପୋଷ୍ଟ ସେତେବେଳେ ଶେୟାର କରିଥିଲେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ ଗମ୍ଭୀର ପରବେଶ ଥିଲା । ଏହା ସହିତ ଇଣ୍ଡିଆନ ଏୟାରଫୋର୍ସର ଜଣେ ପାଏଲଟ ପାକିସ୍ତାନ କବଳରେ ଅଛନ୍ତି । ଏହି ପରିସ୍ଥିତିରେ ଏଭଳି ଟ୍ୱିଟରେ ଟ୍ରୋଲ ହେବାକୁ ଲାଗିଲେ ଦୁଇ ତାରକା ଏବଂ ତଚ୍ଛକ୍ଷଣାତ କରିଥିବା ଟ୍ୱିଟକୁ ଡିଲିଟ କରିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More