‘କେବିସି’ ପାଇଁ ଅମିତାଭ ବଢାଇଲେ ଫିସ୍, ଗୋଟିଏ ଏପିସୋଡ ପାଇଁ ଚାର୍ଜ କରିପାରନ୍ତି ୩ କୋଟି
ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଖୁବ ଶୀଘ୍ର ସୋନି ଟିଭିରେ ପ୍ରସାରିତ ରିୟଲିଟ ଶୋ ‘କୌନ ବନେଗା କରୋଡପତି’ ନେଇ ଛେଟ ପରଦାକୁ ଫେରୁଛନ୍ତି । ଏହା ‘କୌନ ବନେଗା କରୋଡପତି’ର ୧୦ମ ସିଜିନ ହେବ । ଖବର ଅନୁସାରେ ଏହି ଶୋ’କୁ ହୋଷ୍ଟ କରିବା ପାଇଁ ଅମିତାଭ ନିଜ ଫିସକୁ ବଢାଇ ଦେଇଛନ୍ତି । ଅମିତାଭ ଆଗାମୀ ସିଜିନ ପାଇଁ ପୂର୍ବ ସିଜିନ ଗୁଡିକ ଠାରୁ ଅଧିକ ଫିସ ଡିମାଣ୍ଡ କରିଛନ୍ତି ।
ଅମିତାଭ ‘କେବିସି-୯’ ପାଇଁ ଚ୍ୟାନେଲ ସହିତ ୨୦୦ କୋଟିର ଡିଲ ସାଇନ କରିଥିଲେ । ପୂର୍ବ ସିଜିନରେ ୭୫ଟି ଏପିସୋଡ ଥିବା ବେଳେ ଅମିତାଭ ପ୍ରତ୍ୟେକ ଏପିସୋଡ ପାଇଁ ୨.୬ କୋଟି ଟଙ୍କା ଚାର୍ଜ କରିଥିଲେ ।
କିନ୍ତୁ ଆଗାମୀ ସିନିଜରେ ସେ ପ୍ରତ୍ୟେକ ଏପିସୋଡ ପାଇଁ ୩ କୋଟି ଚାର୍ଜ କରିବେ ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଆଗାମୀ ସିଜିନରେ କେତୋଟି ଏପିସୋଡ ରହିବ ତାହାର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ । ଖବର ଅନୁସାରେ ଆଗାମୀ ସିଜିନ ପାଇଁ ଜୁନ ୨୦୧୮ରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଅଗଷ୍ଟ ୨୦୧୮ରେ ଏହା ଟିଭିରେ ପ୍ରସାରିତ ହେବ ।