Only for Entertainment

ବିଗ ବି ‘ଜଲସା’ଆଗରେ ଫ୍ୟାନ୍ସଙ୍କ ଆଗରେ ଲଗାଇଲେ ଠୁମକା, ପ୍ରଥମଥର ଦେଖିବାକୁ ମିଳିଲା ଏଭଳି କିଛି ।

amarujala
0 50

ଗତ କିଛି ଦିନ ତଳେ ବିଗ ବିଙ୍କ ଅଭିନୀତ ଫିଲ୍ମ ‘୧୦୨ନଟ ଆଉଟ’ପରଦାକୁ ଆସିଥିଲା । ବକ୍ସ ଅଫିସରେ ଏହି ଫିଲ୍ମ ଭଲ ବ୍ୟବସାୟ କରିବାରେ ଲାଗିଛି । ଫିଲ୍ମରେ ଅମିତାଭଙ୍କ ବ୍ୟତୀତ ଋଷି କପୁର ମଧ୍ୟ ଅଭିନୟ କରିଛନ୍ତି । ଅମିତାଭ ଫିଲ୍ମରେ ୧୦୨ବର୍ଷର ପିତା ଭୂମିକାରେ ଏବଂ ଋଷି ତାଙ୍କର ୭୫ବର୍ଷ ପୁଅ ଭୂମିକାରେ ନଜର ଆସିଛନ୍ତି ।

ଏହି ରବିବାର ଦିନ ଯେତେବେଳେ ଅମିତାଭ ବଚ୍ଚନ ଘର ‘ଜଲସା’ବାହାରେ ତାଙ୍କର ଫ୍ୟାନ୍ସଙ୍କ ଆଗରେ ଫିଲ୍ମ ପ୍ରମୋଟ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଅମିତାଭ ଅନେକ ବର୍ଷ ହେବ ପ୍ରତି ରବିବାର ବାହାରକୁ ଆସି ଫ୍ୟାନ୍ସଙ୍କୁ ଭେଟ କରନ୍ତି । ମାତ୍ର ଗତ ରବିବାର ଅମିତାଭ ଫ୍ୟାନ୍ସଙ୍କୁ ଦେଖା କରିବା ମାତ୍ରେ ନିଜ ଫିଲ୍ମ ଗୀତ ‘ବଡୁମ୍ବା’ରେ ଧମାକାଦାର ଡ୍ୟାନ୍ସ କରିଥିଲେ । ପ୍ରଥମଥର ବିଗ ବି ଏହିଭଳି ବାହାରେ ଡ୍ୟାନ୍ସ କରିବାର ନଜର ଆସିଥିଲେ । ବିଗ ବିଙ୍କୁ ଦେଖି ଫ୍ୟାନ୍ସ ମାନଙ୍କ ମନରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ-

Doin’ his thang!!! @amitabhbachchan #BigB #Badumbaa

A post shared by Abhishek Bachchan (@bachchan) on

ଏଠାରେ ଆମେ କହି ରଖୁଛୁ ଯେ ରାଷ୍ଟ୍ରପତି ଭବନରେ ସ୍ପେଶାଲ ସ୍କ୍ରିନିଂ କରାଯାଉ ବୋଲି ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେକର୍ସଙ୍କୁ ଅପିଲ କରିଛନ୍ତି । ବିଗ ବିଙ୍କର ଏହି ଭିଡିଓ ଅଭିଶେକ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ଏବେ ପର୍ଯ୍ୟନ୍ତ ୫ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More