Only for Entertainment

୪୫ବର୍ଷ ବୟସରେ ବଧୂବେଶରେ ର‌୍ୟାମ୍ପ ୱାକ କଲେ ଶ୍ୱେତା, ଝିଅର ଭିଡିଓ ବନାଉଥିବାର ନଜର ଆସିଲେ ବିଗ ବି !

23

ବଲିଉଡର ପ୍ରସିଦ୍ଧ ଡିଜାଇନର ଅବୁ ଆନୀ ଏବଂ ସନ୍ଦୀପ ଖୋସଲା ରବିବାରଏକ ଫ୍ୟାଶନ ଶୋ’ର ଆୟୋଜନ କରିଥିଲେ । ଏହି ଶୋ’ରେ ବଲିଉଡ ଷ୍ଟାର୍ସ ର‌୍ୟାମ୍ପ ୱାକ କରି ନିଜର ଯାଦୁ ବିଛାଇଥିଲେ । ଏହି ଶୋ’ କ୍ୟାନସର ପେସେଂଟ ଆଡ ଆଶୋସିଏସନ ଏହାର ହୋଷ୍ଟ କରିଥିଲେ । ଯିଏ କି କ୍ୟାନସର ରୋଗୀଙ୍କ ପାଇଁ ଫଣ୍ଡ ଏକାଠି କରନ୍ତି ।
ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ମଧ୍ୟ ଏହି ଫ୍ୟାଶନ ଶୋ’ରେ ଭାଗ ନେଇଥିଲେ । ଝିଅର ସାହାସ ବଢାଇବା ପାଇଁ ବାପା ଅମିତାଭ ବଚ୍ଚନ ଏବଂ ମା’ ଜୟା ବଚ୍ଚନ ଏହି ଶୋ’ରେ ଉପସ୍ଥିତ ଥିଲେ ।

ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଝିଅର ରାମ୍ପ ୱାକ ଭିଡିଓ ବିଗ ବି ବନାଉଥିବାର ନଜର ଆସିଛନ୍ତି ।

ଏହି ଫ୍ୟାଶନ ଶୋ’ରେ ଶ୍ୱେତା ବୋହୂ ଡ୍ରେସରେ ରାମ୍ପ ୱାକ କରୁଛନ୍ତି । ସେ ରଙ୍ଗୀନ ଲେହେଙ୍ଗା ସହ ନାଲି ଓଢଣୀ ମୁଣ୍ଡରେ ଘୋଡାଇଥିଲେ ।

୪୫ବର୍ଷ ବୟସରେ ଶ୍ୱେତାଙ୍କ ଜବରଦସ୍ତ ଏଂଟି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ୍ଥିଲେ । ଝିଅର ୱାକ ଦେଖି ଅମିତାଭ ଏବଂ ଜୟା ବଚ୍ଚନ ଖୁବ ଖୁସି ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More