Only for Entertainment

ସାମ୍ନାକୁ ଆସିଲା ବିଗ ବିଙ୍କ ଅପକମିଂ ଫିଲ୍ମ ‘ଚେହେରେ’ର ନୂଆ ରିଲିଜ ତାରିଖ, ଅଭିଶେକ ବଚ୍ଚନଙ୍କ ଫିଲ୍ମ ପାଇଁ ଟଳିଲା ବିପଦ !

14

ଅମିତାଭ ବଚ୍ଚନ ଏବଂ ଇମରାନ ହାଶମୀ ନିଜ ଅପକମିଂ ଫିଲ୍ମ ‘ଚେହେରେ’ର ଏବେ ନୂଆ ରିଲିଜ ତାରିଖ ସାମ୍ନାକୁ ଆସିଛି । ଏହି ଫିଲ୍ମ ୨୪ଅକ୍ଟୋବର, ୨୦୨୦ରେ ରିଲିଜ ହେବ । ରୁମି ଜାଫରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମର ରିଲିଜ ତାରିଖ ବଦଳିବାରୁ ଅନୁରାଗ ବସୁଙ୍କ ଫିଲ୍ମକୁ ବକ୍ସଅଫିସରେ କିଛି ଅସୁବିଧା ଭୋଗିବାକୁ ପଡିବ ନାହିଁ । ଏହି ଫିଲ୍ମରେ ଅଭିଶେକ ବଚ୍ଚନ ଏବଂ ଆଦିତ୍ୟ ରୟ କପୂର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାସହ ବିକ୍କି କୌଶଲଙ୍କ ଫିଲ୍ମ ‘ଭୂତ ପାର୍ଟ ୱାନ’ରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ‘ଚେହେରେ’ ପ୍ରଥମେ ୨୧ଫେବୃୟାରୀ ୨୦୨୦ରେ ରିଲିଜ ହେବାର ଥିଲା ।

ଏପ୍ରିଲ ୨୦୨୦ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ଚେହେରେ ବ୍ୟତୀତ ରଣବୀର ସିଂ ଏବଂ ଦୀପିକା ପାଦୁକୋଣଙ୍କ ଫିଲ୍ମ ୮୩ ଏବଂ ଜାହ୍ନବୀ କପୂର ଏବଂ ରାଜକୁମାରଙ୍କ ଫିଲ୍ମ ‘ରୁହି ଅଫଜା’ ମଧ୍ୟ ରିଲିଜ ହେବ ।

ଶୁଣିବାକୁ ମିଳିଛି ଯେ ଫିଲ୍ମ ‘ଚେହେରେ’ ଏକ ମିଷ୍ଟ୍ରି ଥ୍ରିଲର ଅଟେ, ଯାହାକୁ ଏକ ବନ୍ଧୁ ଗୃପ ବିଷୟରେ ରହିଛି । ଏହି ଗୃପରେ କିଛି ଲୋକ ଅବସରପ୍ରାପ୍ତ ଆଇନଜୀବି ଏବଂ ସେମାନେ ଏକ ବଙ୍ଗଳାରେ ସାଇକୋଲଜିକାଲ ଗେମ ଖେଳିବା ପାଇଁ ଦେଖାହେଉଛନ୍ତି ।

ଫିଲ୍ମରେ ଇମରାନୀ ହାସମୀ ଜଣେ ବଡ ବ୍ୟବସାୟୀ ରୁପରେ ନଜର ଆସିବେ ଏବଂ ଅମିତାଭ ଓଳିଲ ଭାବେ । ଫିଲ୍ମରେ ରିୟା ଚକ୍ରବର୍ତ୍ତୀ, ସିଦ୍ଧାନ୍ତ କପୂର, ଧୃତମାନ ଚକ୍ରବର୍ତ୍ତୀ, ରଘୁବୀର ୟାଦବ ଏବଂ ଅନୁ କପୂର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More