Only for Entertainment

ଟ୍ୱିଟରକୁ ବିଗ ବିଙ୍କ ଅନୁରୋଧ ପଡିଲା ଭାରି, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

DNA India
0 37

ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି । ସେ ବ୍ଲଗ, ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ଜରିଆରେ କିଛି ନା କିଛି ଫ୍ୟାନମାନଙ୍କ ପାଇଁ ସେୟାର କରିଥାନ୍ତି । କିନ୍ତୁ ଏଥର ସେ ଟ୍ୱିଟରକୁ ଏକ ଅନୁରୋଧ କରିଛନ୍ତି । ଏବଂ ଏହା ତାଙ୍କ ଉପରେ ଖୁବ ଭାରି ପଡିଛି । କାରଣ ଏହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

ନିକଟରେ ବିଗ ବି ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଥିଲେ । ଟ୍ୱିଟ କରି ସେ ଲେଖିଥିଲେ, ‘ଆରେ ୟାର ଟ୍ୱିଟର ଜୀ… ଏବେ ତ ମୋ ନମ୍ବର ବଢାଇ ଦିଅନ୍ତୁ । କେବେ ଠାରୁ ମୁଁ ବହୁତ କିଛି କରୁଛି । ଯଦି ନମ୍ବର ବଢାଇବା ପାଇଁ ଆଉ କିଛି କରିବାକୁ ପଡେ ତେବେ ତାହା ମଧ୍ୟ କୁହନ୍ତୁ ।’ ଏହି ଟ୍ୱିଟକୁ ନେଇ ଅନେକ ଲୋକ ଅମିତାଭ ବଚ୍ଚନଙ୍କୁ ଟ୍ରୋଲ କରିଛନ୍ତି ।
ଦେଖନ୍ତୁ ଟ୍ୱିଟ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More