Only for Entertainment

ରତନ ଟାଟା ଏବଂ ନାରାୟଣ ମୂର୍ତ୍ତିଙ୍କ ପରେ ବିଗ ବିଙ୍କୁ ମିଳିଲା ସୟାଜୀ ରତ୍ନ ସମ୍ମାନ !

zeenews
46

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ମଙ୍ଗଳବାର ତୃତୀୟ ସୟାଜୀ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନର ଆରମ୍ଭ ବଡୌଦା ପୂର୍ବ ଶାସକ ସୟାଜୀରାଓ ଗାୟକୱାଡଙ୍କ ସ୍ମୃତିରେ ପ୍ରଦାନ କରାଯାଇଛି । ଏହାପୁର୍ବରୁ ଏହି ସମ୍ମାନ ଇନଫୋସିସଙ୍କ ସହ-ସଂସ୍ଥାପକ ଏନଆର ନାରାୟଣ ମୂର୍ତ୍ତି ଏବଂ ଉଦ୍ୟୋଗପତି ରତନ ଟାଟାଙ୍କୁ ମିଳି ସାରିଛି ।

ଲକ୍ଷ୍ମୀ ବିଳାସ ପ୍ୟାଲେସରେ ଆୟୋଜିତ ହୋଇଥିବା ଭୋଜନ ସମାରୋହରେ ବଚ୍ଚନ ଖୁଲାସା କରିଥିଲେ ଯେ ସେ ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରର ଅନେକ ଚାଷୀଙ୍କୁ ଋଣ ମୁକ୍ତ କରାଇଛନ୍ତି । ସେ କହିଥିଲେ ଯେ ଉତ୍ତରପ୍ରଦେଶର ୧୩୯୮ କୃଷକ ଏବଂ ମହାରାଷ୍ଟ୍ର ୩୫୦ କୃଷକଙ୍କ ସାହାଯ୍ୟ କରିଛନ୍ତି । ସେ କହିଥିଲେ ଏଭଳି ପଦକ୍ଷେପ ତାଙ୍କୁ ଆନ୍ତରିକ ଶାନ୍ତି ପ୍ରଦାନ କରୁଛି । ସେ ବଡୌଦାର ସୟାଜୀରାଓ ଗାୟକୱାଡଙ୍କ ତୃତୀୟାରେ ଯୋଗଦାନର ଚର୍ଚ୍ଚା କରିଥିଲେ ଏବଂ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ଅମିତାଭ କୃଷକ ମାନଙ୍କ ଋଣ ସୁଝିବା ଲାଗି ବ୍ୟାଙ୍କ ଅଫ ଇଣ୍ଡିଆ ସହ ଓଟିଏସ ୱାନ ଟାଇମ ସେଟେଲମେଂଟ କରିଛନ୍ତି । ୨୬ନଭେମ୍ବର ଦିନ କୃଷକଙ୍କୁ ଦେଖା କରି ନିଜେ ବ୍ୟାଙ୍କ କାଗଜପତ୍ର ଦେବେ । ଏହିକାରଣରୁ ୭୦କୃଷକଙ୍କୁ ମୁମ୍ବାଇ ଡାକିଛନ୍ତି ଏବଂ ସେମାନଙ୍କ ପାଇଁ ଟ୍ରେନର ପୂରା ଡବା ବୁକ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More