Only for Entertainment

ଅମିତାଭ ବଚ୍ଚନଙ୍କ ଅସୁସ୍ଥତା ଖବର ମଧ୍ୟରେ ବଚ୍ଚନ ପରିବାର ସେଲିବ୍ରେଟ କଲେ କରବାଚୌଥ, ସାମ୍ନାକୁ ଆସିଲା ଫଟୋ

29

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁରୁବାର ସଂଧ୍ୟାରୁ ଅନେକ ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହି ଖବର ମଧ୍ୟରେ ବିଗ ବି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବିଗ ବି ଟ୍ୱିଟରରେ ପତି ଜୟା ବଚ୍ଚନଙ୍କ ସହିତ କରବାଚୌଥ ସେଲିବ୍ରେସନକ ଫଟୋ ସେୟାର କରିଛନ୍ତି । କେବଳ ଏତିକି ନୁହେଁ ସେ ଏହି ଫଟୋ ସହିତ ଏକ ମଜାଦାର ରୋମାଣ୍ଟିକ କ୍ୟାପସନ ମଧ୍ୟ ଦେଇଛନ୍ତି ।

ବିଗ ବି ଟ୍ୱିଟରରେ ଫଟୋ ସହିତ ସମସ୍ତଙ୍କୁ କରବାଚୌଥର ଶୁଭକାମନା ଜଣାଇଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଅମିତାଭ ବଚ୍ଚନଙ୍କ ଏହି ଟ୍ୱିଟ…


ବିଗ ବିଙ୍କ ସହିତ ବୋହୂ ଐଶ୍ୱର୍ଯ୍ୟା ମଧ୍ୟ ଇଂଷ୍ଟାଗ୍ରାମରେ କରବାଚୌଥ ସେଲିବ୍ରେସନର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଐଶ୍ୱର୍ଯ୍ୟାଙ୍କ ସହିତ ଜୟା ବଚ୍ଚନ, ଶ୍ୱେତା ନନ୍ଦା, ସୋନାଲି ବେନ୍ଦ୍ରେଙ୍କ ସହିତ ଘନିଷ୍ଠ ବାନ୍ଧବୀ ଏବଂ ଝିଅ ଆରାଧ୍ୟା ନଜର ଆସିଛନ୍ତି ।

 

View this post on Instagram

 

✨🌝💕🤗✨

A post shared by AishwaryaRaiBachchan (@aishwaryaraibachchan_arb) on

କହିରଖୁଛୁ ଯେ, ମିଡିଆରେ ଖବର ଆସିଥିଲା ଯେ ବିଗ ବି ଲିଭର ସମସ୍ୟା ପାଇଁ ମୁମ୍ବାଇର ନାନାବଟୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । କିନ୍ତୁ ଅମର ଉଜାଲାର ରିପୋର୍ଟ ଅନୁସାରେ ବିଗ ବି ରୁଟିନ ଚେକଅପ ପାଇଁ ହସ୍ପିଟାଲ ପହଁଚିଥିଲେ । ତେବେ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ଏବେ ଭଲ ଅଛି କି ଖରାପ ତାହାକୁ ନେଇ କøଣସି ସ୍ପଷ୍ଟ ଖବର ମିଳିନାହିଁ । ଏପରି ସ୍ଥିତିରେ ଫ୍ୟାନ୍ସ ବିଗ ବିଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More