Only for Entertainment

‘ଠଗ୍ସ ଅଫ ହିନ୍ଦୁସ୍ତାନ’ରେ ବିଗ୍ ବିଙ୍କ ଲୁକ ହେଉଛି ଭାଇରାଲ, ଜାଣନ୍ତୁ ଫଟୋ ପଛର ସତ୍ୟତା

janstta
0 44

‘ଠଗ୍ସ ଅଫ ହିନ୍ଦୁସ୍ତାନ’କୁ ନେଇ ପତ୍ୟେକ ଦିନ କିଛି ନା କିଛି ଖବର ସାମ୍ନାକୂୁ ଆସିଛି । ଫିଲ୍ମରେ ଷ୍ଟାରମାନଙ୍କର ଲୁକ୍ସକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରଛି । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯାହାକୁ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ରେ ଅମିତାଭଙ୍କ ଲୁକ ବୋଲି କୁହାଯାଇଥିଲା । ଦେଖୁ ଦେଖୁ ଏହି ଫଟୋ ଭାଇରାଲ ହୋଇଯାଇଥିଲା । ଫଟୋରେ ଅମିତାଭଙ୍କ ପରି ଜଣେ ଲୋକ ପଗଡି ଏବଂ ଚଷମା ପିନ୍ଧିଥିବା ନଜର ଆସିଛନ୍ତି ।
ବାସ୍ତବରେ ଏହା ଅମିତାଭ ବଚ୍ଚନଙ୍କ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ଲୁକ ନୁହେଁ ବରଂ ଏହି ଫଟୋକୁ ଷ୍ଟିଭ ମ୍ୟାକ୍କରୀ ନାମକ ଜଣେ ଫଟୋଗ୍ରାଫର ଉଠାଇଥିଲେ । ଏବଂ ସେ ଏହାକୁ ନିଜ ଅଫିସିୟାଲ ଆକାଉଣ୍ଟରେ ଶେୟାର କରିଥିଲେ । ଶେୟାର କରି ସେ ଲେଖିଥିଲେ ଯେ ‘ମୁଁ ୬୮ ବର୍ଷୀୟ ଆଫଗାନ ରିଫ୍ୟୁଜୀ ଶାହାବୁଜଙ୍କ ହେି ଫଟୋ ପାକିସ୍ତାନରେ ଉଠାଇଥିଲି ।’

 

ଏହା ପ୍ରଥମ ଥର ନୁହେଁ ଯେ ଏହି ଫଟୋକୁ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ରେ ଅମିତାଭଙ୍କ ଫଟୋ କହି ଭାଇରାଲ କରାଯାଇଛି ଏହା ପୂର୍ବରୁ ଆମିରଙ୍କର ଏକ ଫଟୋକୁ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ ଲୁକ କହି ମିଥ୍ୟା ପ୍ରଚାର କରାଯାଇଥିଲା ।

ଫିଲ୍ମରେ ଜଣେ ଡକାୟତ ଭୂମିକାରେ ଅମିତାଭ୍ ଅଭିନୟ କରୁଥିବା ସୂଚନା ମିଳିଛି । ତେବେ ଗତ ୨,୩ ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଫିଲ୍ମ ସୁଟିଂରୁ ବିରତି ନେଇଛନ୍ତି ଅମିତାଭ୍ । ମାତ୍ର ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା ନିଜ ବ୍ଲଗ ଜରିଆରେ ଜଣାଇଛନ୍ତି । ତେବେ ଅମିତାଭଙ୍କ ସ୍ୱାସ୍ଥ୍ୟକୁ ନେଇ ବୟାନ ରଖିଛନ୍ତି ଅଭିନେତା ଆମିର୍ ଖାନ୍ ।

ଆମିର୍ ଖାନଙ୍କ ମତରେ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନରେ ଅମିତାଭଙ୍କୁ ଦମଦାର୍ ଆକ୍ସନ ଅବତାର ଦେଖିବାକୁ ମିଳିବ । ଅନେକ ଦିନ ପରେ ବିଗ୍ ବି ପରଦରାରେ ଆକ୍ସନ କରୁଥିବାର ନଜର ଆସିବେ । ସେଥିପାଇଁ ଫିଲ୍ମର ସୁଟିଂ ସମୟରେ ଅନେକ କଷ୍ଟ ଝେଲିବାକୁ ପଡିଛି ବିଗ୍ ବିଙ୍କୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More