Only for Entertainment

ଏତେ କୋଟିର ଇନକମ ଟ୍ୟାକ୍ସ ଭରିଲେ ବିଗ ବି, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

dna
31

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଚଳିତ ବର୍ଷ ୭୦ କୋଟି ଟ୍ୟାକ୍ସ ଭରିଛନ୍ତି। ଏହି ସୂଚନା ଅମିତାଭଙ୍କ ମୁଖପାତ୍ର ଦେଇଛନ୍ତି । ସେ ସୂଚନା ଦେଇ କହିଛନ୍ତି, ଅମିତାଭ୍‌ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ୭୦ କୋଟି ଟଙ୍କାର କର ପଇଠ କରିଛନ୍ତି।

ଅମିତାଭ ସର୍ବଦା ସୋସିଆଲ ୱାର୍କ ଏବଂ ଚ୍ୟାରିଟି ପାଇଁ ଅନେକ କାମ କରିଥାନ୍ତି । ସେ ଫେବୃଆରୀ ୧୪ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନ୍‌ମାନଙ୍କ ପରିଜନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେଇଥିଲେ। ଏହାବ୍ୟତୀତ ସେ ନିକଟରେ ବିହାରର ମୁଜଫରପୁରର ୨,୦୮୪ ଚାଷୀଙ୍କ ଋଣ ମଧ୍ୟ ଶୁଝିଛନ୍ତି।

amitabh-bachan

ଅମିତାଭଙ୍କ ୱର୍କଫର୍ଣ୍ଟ କଥା କହିଲେ ନିକଟରେ ତାପସୀ ପନ୍ନୁଙ୍କ ସହ ଫିଲ୍ମ ‘ବଦଲା’ରେ ନଜର ଆସିଥିଲେ। ସୁଜୟ ଘୋଷ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟିକୁ ଦର୍ଶକଙ୍କ ଭଲ ରେସ୍‌ପନ୍ସ ମଧ୍ୟ ମିଳିଥିଲା। ଅମିତାଭ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ନଜର ଆସିବେ। ଫିଲ୍ମରେ ତାଙ୍କ ବ୍ୟତୀତ ରଣବୀର କପୁର, ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ଶେଷ ଆ ଡକୁ ରିଲିଜ ହେବ । ଏବା ବ୍ୟତିତ ସେ ଇମରାନ ହାସମୀଙ୍କ ସହିତ ଏକ ମିଷ୍ଟ୍ରି ଥ୍ରିଲର ଫିଲ୍ମରେ ନଜର ଆସିବେ । ଫିଲ୍ମ ୨୧ ଫେବୃଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More