Only for Entertainment

ଜାଣନ୍ତୁ କାହିଁକି ଚାକିରି ପାଇଁ ଆବେଦନ କଲେ ଅମିତାଭ !

geo
0 45

ହାସ୍ୟରସ ଏବଂ ବୁଦ୍ଧିମତ୍ତା ପାଇଁ ଜଣାଶୁଣା ଅଭିତାଭ ବଚ୍ଚନ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ କରିଥାନ୍ତି, ଯାହାକୁ ନେଇ ପ୍ରଶଂସକଙ୍କ ସହ ଗଣମାଧ୍ୟମରେ ମଧ୍ୟ ବେଶ୍ ଚର୍ଚ୍ଚିତ ହୋଇଥାଏ । ନିକଟରେ ବଲିଉଡ୍ ଶେହେନସା ଅମିତାଭ ବଚ୍ଚନ ଜବ୍ ଆପ୍ଲିକେସନ୍ ଦେଇଛନ୍ତି । ଟ୍ୱିଟରରେ ଏକ ପୋଷ୍ଟ ଜରିଆରେ ଦୀପିକା ଓ କାଟ୍ରିନାଙ୍କ ଭଳି ଡେଙ୍ଗୀ ଅଭିନେତ୍ରୀଙ୍କୁ କାମ ମାଗିଛନ୍ତି ଅମିତାଭ। ସୋସିଆଲ ମିଡିଆରେ ବିଗ୍ ବି’ଙ୍କ ଏହି ମଜାଳିଆ ପୋଷ୍ଟ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ନିଜ ବାୟୋଡ଼ାଟାକୁ ମଧ୍ୟ ସେୟାର କରିଛନ୍ତି ବଲିଉଡର ଏହି ସୁପରଷ୍ଟାର ।

amitabh

କମ ଉଚ୍ଚତା ଥିବା ଅଭିନେତା ସାହିଦ କାପୁର, ଆମୀର ଖାନଙ୍କ ସହ ଦୀପିକା କି କ୍ୟାଟ୍ରିନାଙ୍କ ଭଳି ଲମ୍ବା ଅଭିନେତ୍ରୀ ମ୍ୟାଚ୍ କରୁନାହାନ୍ତି ବୋଲି ମୁମ୍ବାଇର ଏକ ଖବରକାଗଜରେ ପ୍ରକାଶ ପାଇଥିଲା । ଏହି ପେପର୍ କଟିଂକୁ ଟ୍ୱିଟରରେ ସେୟାର କରିଛନ୍ତି ଅମିତାଭ । ଅମିତାଭ ଲେଖିଛନ୍ତି, ମୋ ଉଚ୍ଚତା ଠିକ ହେବ ବୋଲି ମୁଁ ଭାବୁଛି । ଏହା ସହ ତାଙ୍କ ବୟସ ଓ ଫିଲ୍ମ ଅଭିନୟରେ ତାଙ୍କ ଅଭିଜ୍ଞତା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଅମିତାଭଙ୍କ ଏହି ପୋଷ୍ଟକୁ ତିନି ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More