Only for Entertainment

ଅଭିତାଭ ବଚ୍ଚନଙ୍କ ୩୭ବର୍ଷ ପୂରୁଣା ଫଟୋ ଭାଇରାଲ , ଆଜିର ଦିନରେ ମୃତ୍ୟୁ ମୁଖରୁ ପୁଣିଥରେ ଜୀବନ ପାଇଥିଲେ ବିଗ ବି !

194

ଭାରତୀୟ ସିନେମାର ମହାନାୟକ କୁହାଯାଉଥିବା ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ଦିନରେ ନିଜର ଦ୍ୱିତୀୟ ଜନ୍ମ ପାଇଥିବା ଯୋଗୁଁ ସେଲିବ୍ରେଟ କରୁଛନ୍ତି । ଆଜିର ଦିନକୁ ସେ ନିଜର ପୂନର୍ଜନ୍ମ ଭାବୁଛନ୍ତି । ୧୯୮୩ରେ ଫିଲ୍ମ କୁଲି ସେଟରେ ଏକ ଭୟଙ୍କର ଦୁର୍ଘଟଣା ପରେ ତାଙ୍କର ପୂନର୍ଜନ୍ମ ହୋଇଥିଲା ।

ଏହି ଦୁର୍ଘଟଣାର ୩୭ବର୍ଷ ପରେ ନିଜର ଭାବନାକୁ ଶେୟାର କରି ଅମିତାଭ ପାଖାପାଖି ସକାଳ ୩ଟାରେ ଟ୍ୱିଟ କରି ଏହି ବିଷୟରେ ଶେୟାର କରିଥିଲେ ।

୨୬ଜୁଲାଇ ୧୯୮୨ରେ ବାଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ପରିସରରେ ପୁନୀତ ଇସ୍ସରଙ୍କ ସହ ଏକ ଫାଇଟ ସିନ ବେଳେ ଅମିତାଭ ଭୂଲ ପ୍ରକ୍ରିୟାରେ ଡିଆଁ ମାରିବାରୁ ଅଚାନକ ଟେବୁଲରେ ପଡିଥିଲେ । ଯାହାପରେ ଅମିିତାଭ ମୁମ୍ବାଇର ଏକ ହସ୍ପିଟାଲରେ ପହଂଚିଥିଲେ ଏବଂ ସେଠାରେ ତାଙ୍କର ସର୍ଜରୀ ହୋଇଥିଲା । ଅଭିନେତା ଥରେ ନିଜ ବ୍ଲଗରେ ଲେଖିଥିଲେ ଯେ କିଭଳି ଭେଂଟିଲେଟରରେ ରଖିବା ପୂର୍ବରୁ ତାଙ୍କୁ କିଛି ମିନିଟ ପାଇଁ ଚିକିତ୍ସକ ମୃତ ଘୋଷିତ କରିଥିଲା । ଏହିକାରଣରୁ ଲୋକମାନେ , ବନ୍ଧୁମାନେ ଏବଂ ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ବିଗ ବିଙ୍କର ଶୀଘ୍ର ସୁସ୍ଥ ହେବାପାଇଁ ପୂଜାର୍ଚ୍ଚନା କରିବା ଆରମ୍ଭ କରି ଦେଇଥିଲେ, ଏହାପରେ ୨ଅଗଷ୍ଟରେ ତାଙ୍କର ଚେତା ସଠିକ ଭାବେ ଫେରିଥିଲା ।

ବିଗ ବି ପୁଅ ଏବଂ ଅଭିଶେକ ବଚ୍ଚନ ଥରେ ଇନଷ୍ଟାଗ୍ରାମରେ ଅମିତାଭ ବଚ୍ଚନଙ୍କର ହସ୍ପିଟାଲରେ ଥିବା ଦିନର ଫଟୋ ଶେୟାର କରିଥିଲେ । ଯେଉଁଥିରେ ବିଛଣାରେ ଥିଲେ ବିଗ ବି ଏବଂ ତାଙ୍କ ଆଖପାଖରେ ଥିଲେ ଅଭିଷେକ ଏବଂ ଶ୍ୱେତା ବଚ୍ଚନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More