Only for Entertainment

#MeToo : ଯୌନ ଶୋଷଣ ମାମଲାରେ ଆସିଲା ଅମିତାଭ ବଚ୍ଚନଙ୍କ ବୟାନ, କହିଲେ ମହିଳାଙ୍କ ସହିତ ଦୁଃବ୍ୟବହାର…

you tube
40

ବଲିଉଡ଼ର ମହାନାୟକ ତଥା ଶେହନସା ଅମିତାଭ ବଚ୍ଚନ ଅକ୍ଟୋବର ୧୧ ତାରିଖରେ ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ବିଭିନ୍ନ କଳାକାର, ରାଜନେତା ତଥା କ୍ରୀଡାବିତଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଜନ୍ମ ଦିନର ଏହି ଶୁଭ ଅବସରରେ ବଲିଉଡ଼ରେ ଏବେ ଚାଲିଥିବା ଚର୍ଚ୍ଚିତ ବିଷୟ ‘ମି ଠୁ’ ଅଭିଯାନ ଉପରେ ସେ ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି ।

ପୂର୍ବରୁ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ର ଟ୍ରେଲର ଲଂଚ ସମୟରେ ଅଭିନେତା ନାନା ପାଟେକର ଏବଂ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ବିବାଦ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ ଅମିତାଭ । ଯାହାକୁ ନେଇ ବହୁ ସମାଲୋଚନାର ଶିକାର ହୋଇଥିଲେ ସେ । ତେବେ ତାଙ୍କ ଜନ୍ମଦିନରେ ଏକ ସାକ୍ଷାତକାର ସମୟରେ ଏହି ଘଟଣାକୁ କଡା ସମାଲୋଚନା କରିଛନ୍ତି । ନାରୀମାନଙ୍କୁ ଅସଦାଚରଣ କରିବା ଏକ ଜଘନ୍ୟ ଅପରାଧ, ସେମାନଙ୍କୁ ଦୁର୍ବଳ ଭାବି ସେମାନଙ୍କ ସହ ଅସଦାଚରଣ କରିବା ବଡ ଦୁଃଖର ବିଷୟ । ଏହାସହ ନାରୀମାନେ ନିଜ କାର୍ଯ୍ୟକ୍ଷେତ୍ରରେ ଏପରି ସମସ୍ୟାର ସମ୍ମୁଖୀନ ହେବା ତାଙ୍କୁ ଗଭୀର ଆଘାତ ଦେଇଛି ବୋଲି ଅମିତାଭ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ତନୁଶ୍ରୀ ଦତ୍ତା, ଅଭିନେତା ନାନା ପାଟେକରଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆଣିବା ପରେ ଏହାକୁ ନେଇ ବିର୍ତକ ସୃଷ୍ଟି ହେଇଛି ଏବଂ ଏହି ମାମଲା ପରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More