Only for Entertainment

ନିର୍ବାଚନକୁ ନେଇ ଅମିତାଭ ବଚ୍ଚନଙ୍କ ମଜାକିଆ ଜୋକ୍, ପଢିଲେ ହସ ରୋକି ପାରିବେ ନାହିଁ

India TV
48

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିାରେ ଖୁବ ଆକ୍ଟିଭ ରହିଥାନ୍ତି । ସେ ସର୍ବଦା ଚାଲିଥିବା ଟ୍ରେଣ୍ଡକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥାନ୍ତି । ଏହା ସହିତ ତାଙ୍କ ସେନ୍ସ ଅଫ ହ୍ୟୁମର ମଧ୍ୟ ଖୁବ ଭଲ ଥାଏ । ସୋସିଆଲ ମିଡିଆରେ ବିଗ ବିଙ୍କ ମ ଜାକିଆ ଅନ୍ଦାଜ ଦେଖିବାକୁ ମିଳିଥାଏ । ତେବେ ନିକଟରେ ବିବ ବି ନିଜ ଇଂଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଏପରି ଏକ ପୋଷ୍ଟ ସେୟାର କରିଛନ୍ତି ଯାହାକୁ ପଢିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ ।

 

ଅସଲରେ ଅମିତାଭ ବଚ୍ଚନ ନିଜ ଇଂଷ୍ଟାଗ୍ରାମ ଆ କାଉଣ୍ଟରେ ନିଜର ଏକ ହସୁଥିବାର ଫଟୋ ସହିତ ଜୋକ୍ ସୋୟାର କରିଛନ୍ତି । ବିଗ ବି ଫଟୋ ସେୟାର କରି ଲେଖିଥିଲେ, ‘ପତ୍ନୀ- ବିବାହ ପୂର୍ବରୁ ତୁମେ ମୋତେ ହୋଟେଲ, ସିନେମା ଏବଂ ଜଣା ନାହିଁ କେତେ ଯାଗା ବୁଲଉଥିଲ । ବିବାହ ହୋଇଗଲାତ ଘରୁ ବାହାରକୁ ବି ନେଇ ଯାଉନ । ପତି- କ’ଣ ତୁମେ କେବେ କାହାକୁ ନିର୍ବାଚନ ପରେ ପ୍ରଚାର କରୁଥିବାର ଦେଖିଛ ।’ ଏହା ସହିତ ସେ ହସ ଇମେଜୀ ମଧ୍ୟ ଦେଇଥିଲେ । ବିଗ ବିଙ୍କ ଏହି ପୋଷ୍ଟକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ନିକଟରେ ବିଗ ବିଙ୍କୁ ବଦଲାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମକୁ ବକ୍ସ ଅଫିସରେ ଭଲ ରେସ୍ପନ୍ସ ମଧ୍ୟ ମିଳିିଥିଲା । ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ ଅମିତାଭ ବଚ୍ଚନ ଖୁବ ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More