Only for Entertainment

ଏହି ଛୁଆ ଉପରେ ନାହିଁ ଅମିତାଭ ବଚ୍ଚନଙ୍କୁ ଭରସା, ପ୍ଲେନ ପାଇଲଟଙ୍କୁ ଦେଲେ ଏପରି ଜ୍ଞାନ ଯେ ଭାଇରାଲ ହେଲା ଭିଡିଓ

ndtv
33

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ଏପରି କି ଇଣ୍ଟରନେଟରେ ଭାଇରାଲ ହେଉଥିବା କୌଣ ସି ଫଟୋ କିମ୍ବା ଭିଡିଓକୁ ସେୟାର କରିବାକୁ ମଧ୍ୟ କେବେ ଭୁଲନ୍ତି ନାହିଁ । ସବୁବେଳ ମାଜାକିଆ ଭିଡିଓ ସେୟାର କରିଥିବା ଅମିତାଭ ବଚ୍ଚନ ନିକଟରେ ଏକ ଜ୍ଞାନବର୍ଦ୍ଧକ ଭିଡିଓ ସେୟାର କରିଛନ୍ତି । ମିଷ୍ଟର ବଚ୍ଚନ ଏକ ଛୋଟ ଛୁଆର ଫଟୋ ସେୟାର କରିଛନ୍ତି ଯେଉଁଥିରେ ପିଲାଟି ପାଇଲଟଙ୍କୁ ଜ୍ଞାନ ଦେଉ ଥିବାର ଦେଖିବାକୁ ମିଳିଛି । ଯଦି ପ୍ଲେନ ଇଞ୍ଜି ଖରାପ ହୋଇଯ ।ଏ ତେବେ କ’ଣ କରିବାକୁ ପଡିବ ତାହା ସିଷ୍ଟମେଟିକ ଭାବେ କହୁଥିବାର ଦେଖିବାକୁ ମିଳିଛି ।

 

 

View this post on Instagram

 

No no no no .. this guy is not real !! ?????

A post shared by Amitabh Bachchan (@amitabhbachchan) on

ଭିଡିଓକୁ ସେୟାର କରି ଅମିତାଭ ବଚ୍ଚନ ଲେଖିଛନ୍ତି, ‘ନା ନା ନା… ଏହି ଛୁଆ ରିଅଲ ନୁହେଁ’ । ପିଲାଟି ପାଇଲଟଙ୍କୁ କହୁଛି ଯେ, କିଛି ପ୍ଲେନରେ ର‌୍ୟାମ ଏୟାର ଟରବାଇନ ରହିଥାଏ । ଏହା ଏକ ଏମରଜେନ୍ସି ସିଷ୍ଟମ । ଇଞ୍ଜିନ ଫେଲ ହେବା ପରେ ଏହା କାମ କରିଥାଏ । ର‌୍ୟାମ ଏୟାର ଟରବାଇନ ଇଂଜିନକୁ କଣ୍ଟ୍ରୋଲ କରିଥାଏ । ଏହି ପରି ଅନେକ ବିଷୟରେ ସେ ପାଇଲଟଙ୍କୁ କହୁଥିବାର ଦେଖିବାକୁ ମିଳିଛି । ଅମିତାଭ ଏହି ଭିଡିଓକୁ ଶୁକ୍ରବାର ରାତିରେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି ।

ଅମିତାଭ ବଚ୍ଚନଙ୍କ ଏହି ଭିଡିଓକୁ ମାତ୍ର ୧୨ ଘଣ୍ଟାରେ ପାଖାପଖି ୯ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଏହି ପୋଷ୍ଟର ଜଣେ ୟୁଜର କମେଣ୍ଟ କରି ଲେଖିଥିଲେ, ମୋତେ ଲାଗୁଛି ଏହି ଛୁଆ ପୂର୍ବ ଜନ୍ମରେ ପାଇଲଟ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More