Only for Entertainment

ବିଗ ବିଙ୍କ ଶରୀର ଅଧିକ ଅସୁସ ହେବାରୁ କାମରୁ ଛୁଟି ନେବାକୁ ଡାକ୍ତର ଦେଲେ ପରାମର୍ଶ !

19

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ଦେଶର ସବୁଠାରୁ ଟପ ତାଲିକାରେ ରହିଛନ୍ତି । ସେ ନିକଟରେ ଅଭିନୟ ଦୁନିଆରେ ୫୦ବର୍ଷ ପୂରଣ କରିଛନ୍ତି । କିନ୍ତୁ ଏବେ ବିଗ ବିଙ୍କ ଶରୀର ଅସୁସ୍ଥତା କାରଣରୁ ଡାକ୍ତର ତାଙ୍କୁ କାମ ଛାଡି ଆରମ କରିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ବିଗ ବି ନିଜ ପ୍ରଶଂସକଙ୍କ ପାଇଁ କାମ ନ ଛାଡିବା ପାଇଁ ଚାହୁଛନ୍ତି ।

ନିକଟରେ ବିଗ ବି ନିଜ ଅଧିକୃତ ବ୍ଲଗରେ ଲେଖିଛନ୍ତି ଯେ ପୃଥିବୀରେ ଧଳା ପୋଷାକରେ ଦେବଦୂତ ଅର୍ଥାତ ଡାକ୍ତର ତାଙ୍କୁ କାମରୁ ଛୁଟି ନେବା ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ସେ ଖୁବଶୀଘ୍ର କାମକୁ ଫେରିବାକୁ ଚାହୁଁଛନ୍ତି । ବିଗ ବି ନିଜ ଘର ଜଲସାରେ ଡାକ୍ତରଙ୍କ ସହ କିଛି ଫଟୋ ମଧ୍ୟ ଶେୟାର କରି ନିଜ ପ୍ରଶଂସକଙ୍କୁ ଅପଡେଟ ଦେଇଛନ୍ତି ।

ବିଗ ବି ଲେଖିଛନ୍ତି ଯେ ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ମଧ୍ୟ ଜଟିଳ ପରିସ୍ଥିତିର ସାମ୍ନା କରୁଛନ୍ତି , ଶରୀରର ଏହି ସ୍ଥିତିରେ ସବୁ ପଟି ନଳି ଭର୍ତ୍ତି କରାଯାଉଛି । କେଉଁ ପଟୁ ସାଲାଇନ, କେଉଁପଟୁ ଇେଂଜକ୍ସନ ତ କେଉଁ ପଟରୁ ସୋନୋଗ୍ରାଫ ମିଟର । ଶରୀରକୁ ଏବେ ଅନେକ ପ୍ରକାର ସୁଡଙ୍ଗ ଦେଇ ଗତି କରିବାକୁ ପଡୁଛି ।

ଇଂଜେକ୍ସନ ଜରିଆରେ ଶରୀରରେ ଔଷଧ ପହଂଚା ଯାଉଛି ଏବଂ ଧଳା ପୋଷାକ ପିନ୍ଧା ଦେବଦୂତ କହୁଛନ୍ତି ଏବେ କାମରୁ ଆରାମ ନିଅ । ଏହାସହ ବିଗ ବି ଲେଖିଛନ୍ତି ଯେ ସେ ଉଠିବେ , ପୁଣିଥରେ କାମକୁ ଫେରିବେ ଏବଂ ସମସ୍ତ ପ୍ରଶଂସକଙ୍କୁ ପୁଣିଥରେ ଏଂଟରଟେନ କରାଇବେ ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଝୁଣ୍ଡ, ଚେହେରା, ଗୁଲାବୋ ସିତାବୋ ଏବଂ ବ୍ରହ୍ମାସ୍ତ୍ର ଭଳି ଫିଲ୍ମରେ ନଜର ଆସିବେ । ଏହାବ୍ୟତୀତ ‘କୌନ ବନେଗା କରୋଡପତି’ର ୧୧ତମ ସିଜନ ମଧ୍ୟ ଏବେ ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More