Only for Entertainment

ଶ୍ରୀଦେବୀ, ସଲମାନ ଏବଂ ଆମୀରଙ୍କୁ ପ୍ରଥମ ଥର କନସର୍ଟ ଦେଖାଇଥିଲେ ବିଗବି, ଶେୟାର କଲେ ପୁରୁଣା ଫଟୋ !

42

ବିଗବି ଙ୍କ ସହ ଅଭିନେତ୍ରୀ ଶ୍ରୀଦେବୀ ଅନେକ ଫିଲ୍ମ କରିଛନ୍ତି । ତାଙ୍କର ଯୋଡିକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ତେବେ ନିକଟରେ ବିଗ ବି ଏକ ଫଟୋ ଶେୟାର କରିଛନ୍ତି , ଯାହା ସେ ଶ୍ରୀଦେବୀଙ୍କୁ ମନେ ପକାଇ ଶେୟାର କରିଥିବା ଅନୁମାନ ହେଉଛି । ୮୦ ଦଶକର ଏକ କନସର୍ଟର ପ୍ରସ୍ତୁତି ଚାଲୁଥିବା ସମୟର ଫଟୋ ସେୟାର କରିଛନ୍ତି ବିଗ୍‌ ବି । କିନ୍ତୁ ସେ ଫଟୋରେ ସେ ଯାହା ଦେଖାଇବାକୁ ଚେଷ୍ଟା କରିଛନ୍ତି, ତାକୁ ନେଇ ଏବେ ଫଟୋ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ଶବ୍ଦର ଚାତୁରୀ ସହ ସୋସିଆଲ ମିଡିଆରେ ବିଗ୍‌ ବି ସେୟାର କରୁଥିବା ଫଟୋର ଗୁରୁତ୍ୱ ମଧ୍ୟ ସବୁ ବେଳେ ଅଧିକ ରହିଥାଏ, ତାଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ । ତାଙ୍କ କହିବା ଓ ଲେଖିବାର ଅନ୍ଦାଜକୁ ଯେମିତି ସମସ୍ତେ ପସନ୍ଦ କରନ୍ତି, ସେମିତି ସୋସିଆଲ ମିଡିଆରେ ନିଜର ଭାବ ବ୍ୟକ୍ତ କରିବାର ଶୈଳୀକୁ ମଧ୍ୟ ସମସ୍ତେ ପସନ୍ଦ କରିଥାନ୍ତି । ବିଭିନ୍ନ ସମୟରେ କୌଣସି ପ୍ରସଙ୍ଗ ବିଷୟରେ ନିଜ ସୋସିଆଲ ମିଡିଆରେ ମଜାଦାର ଫଟୋ ସେୟାର କରି ସେ ନିଜ ପ୍ରଶଂସକଙ୍କୁ ଜଣାଇଥାନ୍ତି ।

ସୂଚନା ମୁତାବକ, ବିଗ୍‌ ବି ସେୟାର କରିଥିବା ଫଟୋରେ ବିଗ୍‌ ବିଙ୍କ ସମେତ ଅଭିନେତା ସଲମାନ ଖାନ୍‌, ଆମୀର ଖାନ୍‌ ଏବଂ ଦିବଂଗତ ଅଭିନେତ୍ରୀ ତଥା ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ନଜର ଆସିଛନ୍ତି । ଫଟୋ ସେୟାର କରି ବିଗ୍‌ ବି ‘ସେ ଦିନ ଥିଲା’…  ବୋଲି କ୍ୟାପ୍‌ସନ ଦେଇଥିବା ଦେଖା ଯାଇଛି । ଫଟୋ ସେୟାର କରି ଆମୀର ଏବଂ ସଲମାନ ଯିବା ପାଇଁ ଚାହୁଁ ନଥିବା ବେଳେ ମୁଁ ସେମାନଙ୍କୁ ବାଧ୍ୟ କରି ନେଇ ଯାଇଥିଲି ବୋଲି ଲେଖିଛନ୍ତି ବିଗ୍‌ ବି । ଫଟୋଟି ଓ୍ଵିମ୍ବଲେ ଷ୍ଟାଡିୟମ୍‌ର ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More