Only for Entertainment

ଅମିତାଭଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା ଖାସ କବାବ-ନିହାରୀ, କିନ୍ତୁ ବେକାର ହେଲା ପରିଶ୍ରମ ।

31

ବର୍ତ୍ତମାନ ଲକ୍ଷ୍ନୌରେ ଚାଲିଛି ବିଗ ବି’ଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ର ସୁଟିଂ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସୁଜିତ ସରକାର । ଲକ୍ଷ୍ନୌରେ ଥିବାରୁ ସେହି ସହରର ଲୋକଙ୍କ ମନ ଏବେ ଭାରି ଖୁସି । ଏହି କାରଣରୁ ଅମିତାଭଙ୍କ ପାଇଁ ଖାସ ପ୍ରସ୍ତୁତି କରାଯାଉଛି । ଲକ୍ଷ୍ନୌର ପ୍ରସିଦ୍ଧ ସେଫ ଅମିତାଭଙ୍କ ପାଇଁ ଖାସ ବ୍ୟଂଜନ ପ୍ରସ୍ତୁତ କରିଥିଲେ । କିନ୍ତୁ ଯେତେବେଳେ ଅମିତାଭଙ୍କ ନିତିଦିନିଆ ଖାଦ୍ୟ ସାରଣୀ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଗଲେ ।

ଅମିତାଭ ରହିବା ପାଇଁ ଲକ୍ଷନୌରେ ପଂଚତାରକା ହୋଟେଲ ଠିକ କରାଯାଇଛି । ବିଗ ବିଙ୍କୁ ପାଇଁ ହୋଟେଲ ସଦସ୍ୟ ଖାସ ନନଭେଜ ଡିଜ ପ୍ରସ୍ତୁତ କରିଥିଲେ । କାରଣ କୁହାଯାଏ ଲକ୍ଷ୍ନୌର କବାବ ଏବଂ ସେଠାକାର ନବାବ ବହୁ ପ୍ରସିଦ୍ଧ । ତେଣୁ ସେଠାର ଖାସ ରେସିପି ଅମିତାଭଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଯେତେବେଳେ ସେଫଙ୍କୁ ଜଣାପଡ଼ିଲା ଅମିତାଭ ସଂପୂର୍ଣ୍ଣ ଶାକାହାରୀ ତାଙ୍କର ସମସ୍ତ ଚେଷ୍ଟା ବୃଥା ହୋଇଗଲା ।

ହୋଟେଲ ସେଫଙ୍କ କହିବା ଅନୁସାରେ ଅମିତାଭଙ୍କ ଖାଇବା ପୂରା ସାଧାରଣ । ଜଳଖିଆରେ ସେ ଏକ ଗ୍ଲାସ ଦୁଗ୍ଧ ଏବଂ ବିନା ଲଙ୍କାଗୁଣ୍ଡର ଅଣ୍ଡା ଭୁଜିଆ ଖାଇବାକୁ ପସନ୍ଦ କରନ୍ତି । ଲଂଚରେ ଡାଲି, ସବୁଜ ପରିବା ଏବଂ ୨ରୁ୩ଟି ରୁଟି । ଭାତଠାରୁ ପ୍ରାୟ ଦୂରେଇ ରହିଥାନ୍ତି । ସୁଟିଂରୁ ଫେରିବା ପରେ ସୁପ ପିଇବାକୁ ପସନ୍ଦ କରନ୍ତି ଏବଂ କେବେ କେବେ ବିଳମ୍ବ ହୋଇଗଲେ ଖାଦ୍ୟ ନ ଖାଇ କେବଳ ସୁପ ପିଇ ଶୋଇଯାନ୍ତି ।

ଲକ୍ଷ୍ନୌରେ ଥିବା ଫିଲ୍ମର ଟିମ ମଧ୍ୟ ଖୁବ ଖୁସି । କାରଣ ଏତେ ବଡ଼ ଷ୍ଟାର ହେଲେ ମଧ୍ୟ ତାଙ୍କର କୌଣସି ଡିମାଣ୍ଡ ନାହିଁ । ଫିଲ୍ମ ସେଟରେ ମଧ୍ୟ କୌଣସି ଜିନିଷ ପାଇଁ ଡିମାଣ୍ଡ କରନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More