Only for Entertainment

ଅମିତାଭ ବଚ୍ଚନ ଦେଲେ ସୂଚନା, କେବିସିରେ ନାମ ପଞ୍ଜିକରଣ ପାଇଁ କରିବାକୁ ପଡିବ ଏହି କାମ ।

Celebo
0 51

ଅମିତାଭ ବଚ୍ଚନ ଖୁବଶୀଘ୍ର କେବିସି-୧୦ ସିଜିନ ସହିତ ଟିଭି ପରଦାରେ ନଜର ଆସିବେ । ଏହାର ସୂଚନା ସେ ଟୁଇଟ କରି ଦେଇଛନ୍ତି । ଅମିତାଭ ଶୋ’ର ଇଂଟ୍ରୋଡକ୍ସନ ପାର୍ଟର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି । ଅମିତାଭ ଟୁଇଟ କରି ଲେଖିଥିଲେ, ‘ ସକାଳ ୪.୪୫ ହୋଇଛି । କାମରୁ ଏବେ ଫେରିଲି । ଶୁକ୍ରବାର ସକାଳ ୮ଟାରୁ କେବିସିର ସୁଟିଂ ଆରମ୍ଭ ହେବ ।’ ଏହି ଶୋ’ ପାଇଁ ୬ ଜୁନରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ ।


ଅମିତାଭ ଏହା ମଧ୍ୟ କହିଛନ୍ତି ଏହି ଶୋ’ ଅଗଷ୍ଟରେ ରିଲିଜ ହେବ । ଏହା ସହିତ କେବିସିର ଏହ ସିଜିନରେ ୩୦ ଟି ଏପିସୋଡ ପ୍ରସାରଣ ହେବ । ୨୦୦୦ ମସିହାରେ ଆରମ୍ଭ ହୋଇଥିବା ଏହି ଟିଭି ଶୋ’ର ଟିଆରପି ମଧ୍ୟ ଖୁବ ଜବରଦସ୍ତରେ ରହିଥାଏ ।

ଶୋ’ରେ ଭାଗ ନେବା ପାଇଁ ୬ ଜୁନରୁ ବିଗ ବି ପ୍ରତ୍ୟେକ ଦିନ ରାତି ୮.୩୦ ମିନିଟରେ ଟିଭିରେ ଦର୍ଶକଙ୍କୁ ଏକ ପ୍ରଶ୍ନ କରିବେ । ଗେମ ଶା’ରେ ଭାଗ ନେବା ପାଇଁ ଦର୍ଶକ ଏହି ପ୍ରଶ୍ନର ଉତ୍ତର ଦେଇ ନାମ ପଞ୍ଜୀକରଣ କରିପାରିବେ । ପ୍ରଶ୍ନର ଉତ୍ତର ଏସଏମଏସ, ଆଇଭିଆରଏସ ବ୍ୟତିତ ସୋନି ଲିଭ ଆପ ଜରିଆରେ ମଧ୍ୟ ଦେଇପାରିବେ । ନାମ ପଞ୍ଜିକରଣ ପ୍ରକ୍ରିୟା ୨୦ ଜୁନ ପର୍ଯ୍ୟନ୍ତ ଚାଲିବ । ପୂର୍ବ ସିଜିନ ପରି ଏହି ସିଜିନରେ ମଧ୍ୟ କିଛି ପରିବର୍ତ୍ତନ କରାଯିବ । ଶୋ’ର ପ୍ରଯୋଜକ ସିଦ୍ଧାର୍ଥ ବାସୁ ଏହି ସିଜିନକୁ ଛୋଟ କରିବା ପାଇଁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More