Only for Entertainment

‘ଆଖେ-୨’ରେ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବ ସୁଶାନ୍ତ ଏବଂ କାର୍ତ୍ତିକଙ୍କ ଯୋଡି ।

India
0 37

୨୦୦୨ରେ ରିଲିଜ ହୋଇଥିବା ଫିଲ୍ମ ‘ଆଖେଁ’ ହିଟ ହୋଇଥିଲା । ପୂର୍ବ ବର୍ଷ ଏହି ଫିଲ୍ମର ସିକ୍ୱେଲକୁ ନେଇ ଅଦାଲତରେ ଲଢେଇ ହୋଇଥିଲା । ଏହାର ପୂର୍ବ ଫିଲ୍ମରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଅର୍ଜୁନ ରାମପାଲ, ପରେଶ ରାୱଲ ଏବଂ ସୁଷ୍ମିତା ସେନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ରିପୋର୍ଟ ମୂତାବିକ ‘ଆଖେଁ-୨’ ଏବେ ରାଜତରୁ ଷ୍ଟୁଡିଓଜ ଲିମିଟେଡ ତରଫରୁ ପ୍ରଡ୍ୟୁସ କରାଯିବ, ଯାହାକୁ ଗୌରାଙ୍ଗ ଯୋଶୀ ଅଦାଲତରେ ଲଢେଇ କରି ବିଜୟ ହାସଲ କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଗୌରାଙ୍ଗ ଏହି ଫିଲ୍ମକୁ ପ୍ରଥମେ ପ୍ରଡ୍ୟୁସ କରିଥିଲେ ।

ମିଡିଆ ରିପୋର୍ଟ ମୂତାବିକ ଫିଲ୍ମର ସିକ୍ୱେଲରେ ମଧ୍ୟ ଅମିତାଭ ବଚ୍ଚନ ନଜର ଆସିବେ । ସୂତ୍ର ମୁତାବିକ ସୁଶାନ୍ତ ସିଂ ରାଜପୁତ ଏବଂ କାର୍ତ୍ତିକ ଆର୍ୟନ ମଧ୍ୟ ଫିଲ୍ମର ଫାଇନାଲ ଲିଷ୍ଟରେ ସାମିଲ ଅଛନ୍ତି । ଶୁଣିବାକୁ ମିଳିଛି ଯେ ଖୁବ ଶୀଘ୍ର ଫିଲ୍ମର ବାକି କଳାକାର ମାନଙ୍କୁ ଚୟନ କରାଯିବ ।

ମନେ ଅଛି ଯେ ୨୦୧୬ରେ ଗୌରାଙ୍ଗ ଏହି ଫିଲ୍ମର ସିକ୍ୱେଲ ପ୍ରସ୍ତୁତ କରିବାର କଥା ଉଠାଇଥିଲେ । ଯେଉଁଥି;ରେ ବିଗ ବି, ଅନୀଲ କପୁର, ଅର୍ଜୁନ, ଅରଶଦ ବାରସୀ ଏବଂ ସାଉଥ ଅଭିନେତ୍ରୀ ରେଜିନା କୈସେଂଡ୍ରା ରୋଲ କରିବେ ଆଲୋଚନା ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More