Only for Entertainment

ସାଉଥ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଡେବ୍ୟୁ, ଜନ୍ମଦିନରେ ରିଲିଜ ହେଲା ଲୁକ ଟିଜର ।

The Indian Express
27

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି । ବିଗ ଅମିତାଭ ବଚ୍ଚନ ଡେବ୍ୟୁ କରିବା ସମୟରେ ଯେଉଁ ଏନର୍ଜି ସହିତ ଅଭିନୟ କରୁଥିଲେ ଆଜି ମଧ୍ୟ ସେହି ଏନର୍ଜି ସହିତ ଫିଲ୍ମରେ ସକ୍ରିୟ ଅଛନ୍ତି । ନିକଟରେ ଟ୍ରେଲର ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ସେ ଆକ୍ସନ ସିନ କରୁଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ସେ ଖୁବ ଶୀଘ୍ର ସାଉଥ ଫିଲ୍ମରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ବିଗ ବିଙ୍କ ଜନ୍ମଦିନ ଅବସରରେ ସାଉଥ ଫିଲ୍ମ ‘ସଇ ରା ନରସିହ୍ମା ରେଡ୍ଡୀ’ରେ ଅମିତାଭ ବଚ୍ଚନଙ୍କୁ ଲୁକ ଟିଜରକୁ ରିଲିଜ କରାଯାଇଛି । ଏହି ଫିଲ୍ମରେ ସେ ଗେଷ୍ଟ ଆପିୟରାନ୍ସରେ ନଜର ଆସିବେ ।

ଏହି ଲୁକ ଟିଜରକୁ ୟୁଟ୍ୟୁବରେ ରିଲିଜ କରାଯାଇଛି । ଭିଡିଓରେ ଅମିତାଭ ପାଚିଲା ଦାଢୀ ଏବଂ ମଥାରେ ଲାଲ ଟିକା ଲଗାଇଥିବା ନଜର ଆସିଛନ୍ତି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଚିରଞ୍ଜିବୀ ମଧ୍ୟ ନଜର ଆସିବେ । ଏହି ଫିଲ୍ମର କାହାଣୀ ସ୍ୱାଧିନତା ସଂଗ୍ରାମୀ ନରସିହ୍ମା ରେଡ୍ଡୀଙ୍କ ଜୀବନ ଉପରେ ଆଧାରିତ । ଏହି ଫିଲ୍ମ ଚାରୋଟି ଭାଷା ତେଲଗୁ, ତାମିଲ, କନ୍ନଡ ଏବଂ ମଲୟାଲମରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More