Only for Entertainment

ରିଲିଜ ହେଲା ଅମିତାଭ ବଚ୍ଚନ-ତାପସୀ ପନ୍ନୁ ଷ୍ଟାରର ଫିଲ୍ମ ‘ବଦଲା’ର ପ୍ରଥମ ଗୀତ, ଦେଖନ୍ତୁ ଭିଡିଓ

Bollywood
39

ଅମିତାଭ ବଚ୍ଚନ-ତାପସୀ ପନ୍ନୁଙ୍କ ଆଗାମୀ ଫିଲ୍ମ ‘ବଦଲା’ର ପ୍ରଥମ ଗୀତ ‘କିୟୁଁ ରବା’ ରିଲିଜ ହୋଇସାରିଛି । ମର୍ଡର ମିଷ୍ଟ୍ରି ଉପରେ ଆଧାରିତ ଏହି ଫିଲ୍ମର ପ୍ରଥମ ଗୀତ ଖୁବ ଇମୋଶନାଲ ହେବା ସହିତ ଭାବନାକୁ ଯୋଡୁଥିବାର ଦେଖିବାକୁ ମିଳିଛି । ଗୀତକୁ ଅମାଲ ମଲ୍ଲିକ କମ୍ପୋଜ କରିଥିବା ବେଳେ ଭଏସ ଦେଇଛନ୍ତି ଅରମାନ ମଲ୍ଲିକ ଏବଂ ଏହାର ଲିରିକ୍ସ ଲେଖିଛନ୍ତି ଗୀତିକାର କୁମାର ।

ତାପସୀ ପନ୍ନୁ ଏବଂ ଅମିତାଭ ବଚ୍ଚନଙ୍କ ଏହି ଫିଲ୍ମକୁ ଦର୍ଶକ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । ଏହାର କାରଣ ହେଉଛି ଦୁହିଁଙ୍କ ପୂର୍ବ ଫିଲ୍ମ ‘ପିଙ୍କ’ । ପିଙ୍କ ପରି ଏହା ମଧ୍ୟ ଏକ କୋର୍ଟରୁମ ଡ୍ରାମା ଫିଲ୍ମ । ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ଏକ ଓକିଲ ଭୂମିକାରେ ଦେଖିବାକୁ ମିଳିବ । ଯେ କି ତାପସୀଙ୍କ କେସ ଲଢୁଥିବାର ନଜର ଆସିବେ । ଫିଲ୍ମ ୮ ମାର୍ଚ୍ଚରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More