Only for Entertainment

‘ବଧାଇ ହୋ’ ଦେଖିବା ପରେ ଖୁସିରେ କାନ୍ଦି ପକାଇଲେ ବିଗ ବି, ନିନା ଗୁପ୍ତାଙ୍କୁ ଚିଠି ଲେଖି କହିଲେ ଏହି କଥା ।

ndtv
21

ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ଫିଲ୍ମ ‘ବଧାଇ ହୋ’ ଦେଖିବାପରେ ଏଥିରେ ମୁଖ୍ୟ ଭୁମିକାରେ ଅଭିନୟ କରିଥିବା ନାୟିକା ନିନା ଗୁପ୍ତାଙ୍କୁ ଚିଠି ଲେଖିଛନ୍ତି ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମ ଦେଖିବା ପରେ ଅମିତାଭ ବଚ୍ଚନ ବହୁତ ପ୍ରଭାବିତ ହୋଇଥିବା ଏହି ଚିଠିରେ କହିଛନ୍ତି । ଫିଲ୍ମରେ ନିନା ଗୁପ୍ତା ଜଣେ ୫୦ ବର୍ଷିୟ ମହିଳା ଭୁମିକାରେ ଅଭିନୟ କରିଛନ୍ତି । ଯିଏ କି ମା’ ହେବାକୁ ଯାଆନ୍ତି ।

ନିନା ଗୁପ୍ତା ଏକ ପୋଷ୍ଟ ସେୟାର କରି ଅମିତାଭ ପଠାଇଥିବା ଚିଠି ଏବଂ ଫୁଲକୁ ପୋଷ୍ଟ କରିଛନ୍ତି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ଆପଣଙ୍କ ଠାରୁ ହେି ଚିଠି ଏବଂ ଫୁଲ ପାଇ ଆଖି ଖୁସିରେ ଭରି ଗଲା । ଧନ୍ୟବାଦ ଅମିତାଭ ବଚ୍ଚନ ସାର ।


ସିନେମାଟି ଦର୍ଶକଙ୍କୁ କାଫି ପସନ୍ଦ ଆସୁଥିବା ଦେଖିବାକୁ ମିଳିଛ । ଫିଲ୍ମରେ ନିନା ଗୁପ୍ତାଙ୍କ ବ୍ୟତିତ ଆୟୁଶ୍ମାନ ଖୁରାନା, ସାନ୍ୟା ମଲହୋତ୍ରା ଲିଡ ରୋଲରେ ନଜର ଆସିଛନ୍ତି । ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟିରୁ ଉଦ୍ଧ୍ୱର୍ ରୋଜଗାର କରିବାରେ ସଫଳ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More