Only for Entertainment

ଅମିତାଭଙ୍କ ଖୁଲାସା, ମୋବାଇଲରେ ଏହି ନାମରେ ସେଭ କରିଛନ୍ତି ଜୟାଙ୍କ ନମ୍ବର

36

ବଲିଉଡର ଲଭେବଲ ଯୋଡ଼ି ମାନଙ୍କ ମଧ୍ୟରୁ ଜୟା ଓ ଅମିତାଭଙ୍କ ଯୋଡ଼ି ଗୋଟିଏ । ନିକଟରେ ଜୟାଙ୍କୁ ନେଇ ଆସିଥିବା ଅମିତାଭଙ୍କ ଏକ କଥା ସାମ୍ନାକୁ ଆସିଛି ।

 

‘କୌନ ବନେଗା କରୋଡପତି’ର ୧୧ତମ ସିଜନ୍‌ ସଫଳ ଭାବେ ଚାଲିଛି। ଏହି ମଞ୍ଚରେ ହସ-ମଜାକ୍‌ ମଧ୍ୟରେ ପ୍ରଶ୍ନ-ଉତ୍ତରର ଖେଳି ବି ଚାଳଇଛି। ଏହାର ଦର୍ଶକ ମଧ୍ୟ ଭରପୂର ଆନନ୍ଦ ଉଠାଉଛନ୍ତି। କେବିସିରେ ନିକଟ ଅଧ୍ୟାୟରେ ପ୍ରତିଯୋଗୀ ସୁମିତ ତଡିୟାଲ ଖେଳୁଥିବା ସମୟରେ ଅମିତାଭ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚାରିଥିଲେ। ବ୍ୟକ୍ତିଗତ ଜୀବନ ସମ୍ପର୍କରେ କଥା ହେଉଥିବା ସମୟରେ ଅମିତାଭ ବି ନିଜ ବିଷୟରେ ଏକ ମଜାଦାର କଥା କହିଥିଲେ।

 

ଅମିତାଭ ପ୍ରତିଯୋଗୀଙ୍କୁ ପଚାରିଥିଲେ ତୁମର କ’ଣ ପ୍ରେମ ବିବାହ ହୋଇଛି? ବ୍ୟକ୍ତିଜଣକ କହିଲେ ହଁ ପ୍ରେମ ବିବାହ ତ ହୋଇଛି କିନ୍ତୁ ପତ୍ନୀଙ୍କୁ ଏମିତି ଦେଖା ଯାଇଥିଲା ଯେମିତି କି ଆରେଞ୍ଜ ମ୍ୟାରେଜ ହୋଇଛି। ତାଙ୍କ ପତ୍ନୀ ତାଙ୍କୁ ଏବେ ବି ‘ଏଇ ଶୁଣଛ ବୋଲି’ ଡାକିବା ସହିତ ଫୋନ୍‌ରେ ବି ଏହି ନାମରେ ମୋ ନମ୍ବର ସେଭ କରି ରଖିଛନ୍ତି। ଏହାପରେ ଅମିତଭା କହିଲେ ସେବି ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ନମ୍ବରକୁ ସଂକ୍ଷେପରେ ଫୋନ୍‌ରେ ଜେବି ଲେଖି ସେଭ୍‌ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More