Only for Entertainment

ବାପାଙ୍କୁ ଅବାକ କରିଦେଲେ ଅଭିଷେକ, “ମନମର୍ଞ୍ଜିୟାଁ’ର ସ୍କ୍ରିନିଂ ପରେ କିଛି ନକହି ଚାଲିଗଲେ ଅମିତାଭ ।

dnaindia
0 37

ମହାନାୟକ ଅମିତାଭ ବଚ୍ଚନ ଏବଂ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଅଭିଷେକ ବଚ୍ଚନଙ୍କ ଅଭିନୀତ ଫିଲ୍ମ “ମନମର୍ଞ୍ଜିୟାଁ’ର ପ୍ରାଇଭେଟ ସ୍କ୍ରିନିଙ୍ଗର ଯୋଗ ଦେଇଥିଲେ । ତେବେ ବହୁତ ଦିନ ପରେ ଏହି ଫିଲ୍ମରେ ଅଭିଷେକଙ୍କୁ ଏକ ବଳିଷ୍ଠ ଚରିତ୍ରରେ ଅଭିନୟ ଦେଖି ଅବାକ ହୋଇଯାଇଥିଲେ ତାଙ୍କ ବାପା । ଅନୁରାଗ କଶ୍ୟପ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଅଭିଷେକ ବଚ୍ଚନଙ୍କ ସହ ତାପସୀ ପନ୍ନୁ ଓ ଭିକି କୌଶଲ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ଅଭିଷେକ ବଚ୍ଚନ ଏହି ଫିଲ୍ମରେ ଜଣେ ଗରିବ ପରିବାରର ପୁଅ ଭୂମିକାରେ ଚତ୍ମକାର ଅଭିନୟ କରିଛନ୍ତି । ତେବେ ଫିଲ୍ମର ସ୍କ୍ରିନିଙ୍ଗ ପରେ ଅଭିଷେକ ବାପାଙ୍କୁ ଫୋନ ମାଧ୍ୟମରେ ଫିଲ୍ମ କେମିତି ଲାଗିଲା ବୋଲି ପଚାରିଥିଲେ । କିନ୍ତୁ ଅମିତାଭ ପୁଅ ସହ ଠିକ ସେ କଥା ହୋଇପାରିନଥିଲେ । ତେବେ ଅମିତାଭ ଫିଲ୍ମରେ ଅଭିଷେକଙ୍କ ଅଭିନୟ ଦେଖି ଆତ୍ମହରା ହୋଇପଡିଥିଲେ । ତେଣୁ ସେ ତାଙ୍କ ସହ ପରେ କଥା ହେବେ ବୋଲି କହିଥିଲେ । କିନ୍ତୁ ସେ ଫିଲ୍ମର ଅଭିନେତ୍ରୀ ତାପସୀଙ୍କ ପାଖକୁ ଏକ ଫୁଲତୋଡା ଏବଂ ହାତଲେଖା ଚିଠି ପଠାଇଛନ୍ତି । ସେପଟେ ଅଭିଷେକ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ କାନାଡାରେ ଥିବାବେଳେ ବାପାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More