Only for Entertainment

ଏହା କେଉଁ ପ୍ରକାର ସର୍ତ୍ତ? ୭୫ ବର୍ଷରେ ମଧ୍ୟ ଷ୍ଟଂଟ କରିବାକୁ ରାଜି ଅଛନ୍ତି ବିଗ ବି ଅମିତାଭ ବଚ୍ଚନ ।

aajtak
0 40

୭୫ ବର୍ଷ ବୟସରେ ଷ୍ଟଂଟ କଲେ ଶରୀରକୁ କ୍ଷତି ପହଂଚିପାରେ । କିନ୍ତୁ ବିଗ ବି ତାହା ମଧ୍ୟ କରିବାକୁ ରାଜି ଅଛନ୍ତି । କାରଣ ବିଗ ବିଙ୍କ ମତରେ ପଫେସନାଲ କାମ ପୂରଣ କରିବାକୁ ସେ ସର୍ବଦା ଚେଷ୍ଟା କରନ୍ତି ।

ଅଭିନେତା ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ଷ୍ଟଂଟ କରିଛନ୍ତି । ଖୁବ ଶୀଘ୍ର ତାଙ୍କ ଫିଲ୍ମ ‘୧୦୨ ନଟ ଆଉଟ’ ରିଲିଜ ହେବାକୁ ଯାଉଛି । ଅମିତାଭଙ୍କୁ ପଚରାଗଲାଯେ ଆପଣ ଇଂଟରଭ୍ୟୁ ଠାରୁ କାହିଁକି ବହୁ ଦିନ ହେବ ଦୂରେଇ ରହିଥିଲେ?ସେ କହିଲେ ସାକ୍ଷାତକାରର ଅର୍ଥ ହେଉଛି ପ୍ରଶ୍ନର ଉତ୍ତର ଦେବା । କିନ୍ତୁ ମୋ ପାଖରେ କହିବା ପାଇଁ କିଛି ନଥିଲା । ତେଣୁ ସାକ୍ଷାତକାରର ଆବଶ୍ୟକତା ନଥିଲା । ଏବେ ତାଙ୍କ ଫିଲ୍ମ ରିଲିଜ ହେବାକୁ ଯାଉଛି ତେଣୁ ମିଡିଆକୁ ସୂଚନା ଦେବା ତାଙ୍କର କର୍ତ୍ତବ୍ୟ । ସେ ଏହା ମଧ୍ୟ କହିଛନ୍ତିଯେ ୁ ସ୍ୱାର୍ଥବଶତଃ ନିଜକୁ ମିଡିଆକୁ ସମର୍ପଣ କରିଛନ୍ତି ।

ତେବେ ସୁଟିଂ ସମୟରେ ଅମିତାଭଙ୍କୁ କିଛି କ୍ଷତ ମଧ୍ୟ ପହଂଚିଛି । କିନ୍ତୁ ସେ କହିଛନ୍ତିଯେ ପୂର୍ବରୁ ହୋଇଥିବା କ୍ଷତ ଯେ ସଂପୂର୍ଣ୍ଣ ଭାବରେ ଭଲ ହୋଇଯିବ ଏହା ଭାବିବା ଭୁଲ । ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ ।

ଫିଲ୍ମରେ ଅମିତାଭ ୧୦୦ ବର୍ଷରୁ ମଧ୍ୟ ଅଧିକ ବୟସରେ ଅଭିନୟ କରିଛନ୍ତି । ଯେଉଁଥିରେ ସେ ବୃଦ୍ଧ ହେଲେ ଯୁବା ଭଳି ମନେ କରୁଥିବା ଦୃଶ୍ୟ ଦର୍ଶାଯାଇଛି । ତାଙ୍କ ସହିତ ମୁଖ୍ୟ ଚରିତ୍ରରେ ଋଷି କପୁର ମଧ୍ୟ ନଜର ଆସିବେ । ତେବେ ଫିଲ୍ମରେ ଦୁଇ ଜଣ ବାପା ଓ ପୁଅ ଚରିତ୍ରରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More