Only for Entertainment

କେବିସି ବଏକଟ ହେବା ପାଇଁ ଦାବି ପରେ କ୍ଷମା ଆଗିଲେ ଅମିତାଭ

23

କୁଇଜ୍‌ ସୋ’ କୌନ୍‌ ବନେଗା କରୋଡ୍‌ପତି ସୋ’ ଏବେ ଗୋଟେ ପ୍ରଶ୍ନକୁ ନେଇ ବିବାଦରେ ଉଠିଛି । ଯାହା ପାଇଁ ଟୁଇଟ୍‌ରରେ ଲୋକେ ବଏକଟ୍‌କେବିସି ଟ୍ରେଣ୍ଡ ଆରମ୍ଭ କରିଛନ୍ତି। ବିଗ୍‌ ବି ପଚାରିଥିବା ପ୍ରଶ୍ନର ବିକଳ୍ପରେ ମରାଠା ସମ୍ରାଟ ଛତ୍ରପତି ଶିବାଜୀଙ୍କ ନାଁ କେବଳ ଶିବାଜୀ ଲେଖାଯାଇଥିବାରୁ ଲୋକେ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ବିକଳ୍ପ ଏ, ବି ଓ ସିରେ ମହାରାଣା ପ୍ରତାପ, ମହାରାଜା ରଣଜିତ୍‌ ସିଂହ ଏବଂ ରାଣା ସାଙ୍ଘ  ଲେଖାଯାଇଥିବା ବେଳେ ବିକଳ୍ପ ‘ଡି’ରେ କେବଳ ଶିବାଜୀ ବୋଲି ଲେଖାଯାଇଥିଲା ।ଲୋକଙ୍କ କହିବା ଅନୁଯାୟୀ, ଏଭଳି କରି ଶିବାଜୀଙ୍କୁ ଅପମାନିତ କରାଯାଇଛି । ପ୍ରଶ୍ନରେ ଔରାଙ୍ଗଜେବ୍‌ଙ୍କ ନାଁ ଆଗରେ ମୋଗଲ ସମ୍ରାଟ ବୋଲି ଲେଖାଯାଇଥିଲେ ମଧ୍ୟ ଜନ୍ମମାଟି ପାଇଁ ଅନେକ କିଛି କରିଥିବା ଶିବାଜୀଙ୍କ ନାଁ ଆଗରେ କିଛି ବି ଲେଖାଯାଇ ନଥିଲା । ଏଭଳି କରି ସୋନି ଟିଭି ଶିବାଜୀଙ୍କୁ ଅପମାନିତ କରିଛି ।ବିଗ୍‌ ବି ପଚାରିଥିବା ପ୍ରଶ୍ନଟି ଥିଲା, ଏହା ମଧ୍ୟରୁ କେଉଁ ଶାସକ ମୋଗଲ ସମ୍ରାଟ ଔରାଙ୍ଗଜେବ୍‌ଙ୍କ ସମକାଳୀନ ଥିଲେ? ପ୍ରଶ୍ନର ୪ଟି ବିକଳ୍ପ ମଧ୍ୟରେ କେବଳ ଶିବାଜୀ ବୋଲି ଲେଖାଯାଇଥିବାରୁ ଲୋକେ କେବିସିକୁ ବନ୍ଦ କରିବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି ।ତେବେ ଏଭଳି ବିରୋଧ ପ୍ରଦର୍ଶନକୁ ଦେଖି ସୋନି ଟିଭି କ୍ଷମା ପ୍ରାର୍ଥନା କରିଛି । ଟୁଇଟ୍‌ କରି, ଅସାବଧାନତା ପାଇଁ ଛତ୍ରପତି ଶିବାଜୀ ମହାରାଜଙ୍କ ନାଁ ଭୁଲ ଭାବରେ ଲେଖି ଦିଆଯାଇଥିଲା । ଏଭଳି ଭୁଲ ପାଇଁ ଆମେ ପଶ୍ଚାତାପ କରୁଛୁ । ଏହା ସହ କ୍ଷମା ଚାହୁଁଛୁ ବୋଲି ଲେଖିଛି ସୋନି ଟିଭି ।

ଏହି ମାମଲାରେ ବିଗ୍‌ ବି ଟ୍ୱିଟ୍‌ କରି କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, ’ଛତ୍ରପତି ଶିବାଜୀ ମହାରାଜାଙ୍କ ସ୍ମୃତିରେ କେବିସି ୧୧ରେ ପଚରାଯାଇଥିବା ପ୍ରଶ୍ନ ପଛରେ କାହାକୁ ଅପମାନିତ ବା ଅସମ୍ମାନିତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ଭୁଲବଶତଃ ଛାଡ଼ି ହୋଇଯାଇଥିବା ଶବ୍ଦ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି।” ବିଗ୍‌ ବିଙ୍କ ପୂର୍ବରୁ ମାମାଲା ବିଗୁଡ଼ୁଥିବା ଦେଖି ସୋନି ଟିଭି ମଧ୍ୟ କ୍ଷମା ମାଗିଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More