Only for Entertainment

ଏହି କାରଣରୁ ମଦ ବିଜ୍ଞାପନ କରନ୍ତି ନାହିଁ ଅମିତାଭ ବଚ୍ଚନ ।

bollywood tadka
0 39

ନିକଟରେ ଅଭିନେତା ଅମିତାଭ ବଚ୍ଚନଙ୍କ ମାଷ୍ଟର ଅଫ କ୍ରିଏଟିଭିଟି ପୁରଷ୍କାରରେ ସମ୍ମାନିତ କରାଯାଇଛି । ବାସ୍ତବରେ ଏହି ପୁରଷ୍କାର ତାଙ୍କୁ କ୍ୟୁରିଅସ କ୍ରିଏଟିଭ ଆୱାର୍ଡ଼ସରେ ଭାରତର ବିଜ୍ଞାପନ ଏବଂ ମାର୍କେଟିଙ୍ଗ ଦୁନିଆରେ ଯୋଗଦାନ ଦେଇଥିବାରୁ ଦିଆଯାଇଛି ।

 

ପୁରଷ୍କାର ମିଳିବା ପରେ ଅମିତାଭ କହିଛନ୍ତିଯେ ମୁଁ ଜାଣିନାହିଁ ମୁଁ ଏଥିପାଇଁ ହକଦାର ନା ନୁହେଁ,କିନ୍ତୁ ବିଜ୍ଞାପନ କ୍ଷେତ୍ରରେ ମୁଁ ଯେଉଁ କାମ କରିଛି ତାହାକୁ ପରିଚୟ ମିଳିବା ପରେ ମୋତେ ଭଲ ଲାଗୁଛି ।

ଯେତେବେଳେ ତାଙ୍କୁ ପଚରାଗଲାଯେ ସେ କେଉଁଭଳି ବ୍ରାଣ୍ଡ ପ୍ରଚାର କରିବାକୁ ଭଲ ପାଆନ୍ତି,ସେ ଉତ୍ତର ଦେଲେଯେ ଯେଉଁ ସାମଗ୍ରୀକୁ ମୁଁ ପସନ୍ଦ କରେ ଏବଂ ବ୍ୟବହାର କରେ ସେହିଭଳି ସାମଗ୍ରୀର ବିଜ୍ଞାପନ କରେ । କିନ୍ତୁ ମୁଁ ଧୂମ୍ରପାନ,ମଦ ଏବଂ ପାନ ବାହାର ସମ୍ବଦ୍ଧିତ କୌଣସି ପଦାର୍ଥର ବିଜ୍ଞାପନ କରେ ନାହିଁ କାରଣ ମୁଁ ତାହା ନିଜେ ବ୍ୟବହାର କରେନାହିଁ ।

ସେ ତାଙ୍କ ଜୀବନରେ ବିଭିନ୍ନ ପ୍ରକାରର ବ୍ରାଣ୍ଡ ର ବିଜ୍ଞାପନ କରିଛନ୍ତି କିନ୍ତୁ ମଦ ଏବଂ ଧୂମ୍ରପାନ ସମ୍ବଦ୍ଧିତ କୌଣସି ପ୍ରକାରର ସାମଗ୍ରୀର ବିଜ୍ଞାପନ କରିନାହାଁନ୍ତି ।

ବିଗ ବି ଖୁବଶୀଘ୍ର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More