Only for Entertainment

ଶ୍ରୀଦେବୀଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ଆଭାସ ପାଇଥିଲେ ବିଗ ବି ଅମିତାଭ ବଚ୍ଚନ । ଟ୍ୱିଟରରେ ଦେଇଥିଲେ ସୂଚନା ।

indiatvnews
0 977

ଗତ କାଲି ରାତିରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ପରଲୋକ ହୋଇଛି । ସୂଚନା ଅନୁସାରେ କାର୍ଡ଼ିୟକ ଅରେଷ୍ଟ ଦ୍ୱାରା ଏଭଳି ହୋଇଛି । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇକ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ବଲିଉଡର ପ୍ରତ୍ୟେକ ଅଭିନେତା ଏହାକୁ ଟି୍ୱଟ କରି ଶ୍ରୀଦେବୀଙ୍କ ମୃତ୍ୟୁ ପାଇଁ ଦୁଃଖପ୍ରକାଶ କରୁଛନ୍ତି । କିନ୍ତୁ ମହାନାୟକ ଅମିତାଭଙ୍କ ଗୋଟିଏ ଟ୍ୱିଟ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ସାଜିଛି ।

ବାସ୍ତବରେ ଶନିବାର ରାତିରେ ବିଗ ବି ୩ଟି ଟ୍ୱିଟ କରିଥିଲେ । ତେବେ ପ୍ରଥମ ଟ୍ୱିଟ ଥିଲା ରାତି ୧ଟାରେ । ଯେଉଁଥିରେ ଦକ୍ଷିଣ ଆଫ୍ରିକା ସହିତ ଟି ଟ୍ୱେଂଟି ମ୍ୟାଚରେ ଜିତି ଥିବାରୁ ଭାରତୀୟ ଟିମଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ ୧ଟା ୧୩ରେ ସେ ଏକ ପୁସ୍ତକ ବିମୋଚନ ସମାରୋହର ଫଟୋ ସେୟାର କରିଥିଲେ । ଶେଷ ଟ୍ୱିଟ ଏହାର ଠିକ ୨ ମିନିଟ ପରେ କରିଥିଲେ,ଯେଉଁଥିରେ ଲେଖାଥିଲାଯେ, ‘ନ ଜାନେ କୁଁ୍ୟ ଆଜ ଏକ ଅଜୀବ ସି ଘବରାହଟ ହୋ ରହି ହୈ’ । ଅମିତାଭଙ୍କର ଏହି ଟ୍ୱିଟର କିଛି ସମୟ ପରେ ଶ୍ରୀଦେବୀଙ୍କର ମୃତ୍ୟୁ ଖବର ଆସିଥିଲା । ଯାହାରା କିଛି ସମୟ ପରେ ବନୀ କପୁରଙ୍କ ଭାଇ ସଂଜୟ କପୁର ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More