Only for Entertainment

ଫିଲ୍ମ ‘ପାଗଲ’ ମାଧ୍ୟମରେ ବଲିଉଡ ଏଣ୍ଟ୍ରି କରିବେ ଅମରୀଶ ପୁରୀଙ୍କ ନାତି ।

Bollywood Bubble
0 22

ବଲିଉଡରେ ଏବେ ଷ୍ଟାର କିଡମାନଙ୍କର ଏଣ୍ଟ୍ରି ଦେଖିବାକୁ ମିଳୁଛି । ଦିବଙ୍ଗତ ଅଭିନେତ୍ରୀ ଜାହ୍ନବୀ କପୁର, ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନ ବଲିଉଡରେ ପାଦ ରଖିସାରିଥିବା ବେଳେ ଅନେକ ଷ୍ଟାରକିଡ ଏବେ ବଲିଉଡରେ ପାଦ ଥାପିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି ତାଲିକାରେ ଏବେ ଆଉ ଏକ ଷ୍ଟାର କିଡଙ୍କ ନାମ ସାମ୍ନାକୁ ଆସିଛି ।

ବଲିଉଡର ଅନ୍ୟତମ ଚର୍ଚ୍ଚିତ ଅଭିନେତା ଅମରୀଶ ପୁରୀଙ୍କ ନାତି ବର୍ଦ୍ଦନ ପୁରୀ ମଧ୍ୟ ଏବେ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ସେ ଫିଲ୍ମ ‘ପାଗଲ’ ମାଧ୍ୟମରେ ବଲିଉଡରେ ପାଦ ଥାପିବେ । ଏହି ଫିଲ୍ମଟି ୨୦୧୯ରେ ରିଲିଜ ହେବ । ନିକଟରେ ବର୍ଦ୍ଦନ ନିଜର ପ୍ରଥମ ଫିଲ୍ମ ଏବଂ ଦାଦା ଅମରୀଶଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ।

amrish-puris-grandson

ଏକ ସାକ୍ଷାତକାର ସମୟରେ ବର୍ଦ୍ଦନ କହିଥିଲେ ଯେ, ୫ବର୍ଷ ବୟସରୁ ମୁଁ ଅଭିନେତା ହେବାର ଇଚ୍ଛା ରଖିଥିଲି । ଖାଲି ସମୟରେ ଘରେ ଥିବା ଦାଦାଙ୍କର ବିଭିନ୍ନ ପୋଷାକ ପିନ୍ଧି ବୁଲୁଥିଲି ଏବଂ ଡାଇଲଗ ଝାଡୁଥିଲି । ଘର ଲୋକେ ଜାଣିପାରିଥିଲେ ଯେ, ମୁଁ ଫିଲ୍ମ ପ୍ରତି ରୁଚି ରଖୁଛି । ନିଜର ପ୍ରଥମ ଫିଲ୍ମ ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ମୋର ପ୍ରଥମ ଫିଲ୍ମ ଇତିହାସ ସମ୍ପର୍କିତ ରହୁ ବୋଲି ଚାହିଁଥିଲି । ହେଲେ ଯେତେବେଳେ ‘ପାଗଲ’ର ଷ୍ଟୋରି ପଢିଲି ସେତେବେଳେ ଏହି ଷ୍ଟୋରିକୁ ଭଲ ପାଇବା ଆରମ୍ଭ ହୋଇଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More