Only for Entertainment

ଲମ୍ବା ସମୟ ପରେ ବଡ ପରଦାକୁ ଫେରିବେ ଅଭିନେତ୍ରୀ ଅମ୍ରିତା ରାଓ, ବାଲ ଠାକରେଙ୍କ ବାୟୋପିକରେ ‘ମୀନାତାଇ’ଙ୍କ ଭୂମିକାରେ ଆସିବେ ନଜର ।

Bollywood Bubble
0 27

‘ବିବାହ’, ‘ମେଁ ହୁଁ ନା’, ‘ଇଶ୍କ-ଭିକ୍ସ’ ପରି ଫିଲ୍ମରେ ନଜର ଆସିଥିବା ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓ ଲମ୍ବା ସମୟରୁ ବଲିଉଡ ଠାରୁ ଦୂରରେ ଅଛନ୍ତି । ଶେଷ ଥର ପାଇଁ ସେ ୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ‘ସିଂ ସାହେବ ଦ ଗ୍ରେଟ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କୁ ସନି ଦେଓଲଙ୍କ ସହିତ ଦେଖିବାକୁ ମିଳିଥିଲା । ଏବେ ଅଭିନେତ୍ରୀ ଅମ୍ରିତାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଅମ୍ରିତା ଖୁବ ଶୀଘ୍ର ଶିବସେନା ପ୍ରମୁଖ ବାଲ ଠାକରେଙ୍କ ବାୟୋପିକରେ ନଜର ଆସିବେ । ଏହି ଫିଲ୍ମରେ ସେ ବାଲ ଠାକରେଙ୍କ ପତ୍ନୀ ମୀନାତାଇ ଠାକରେଙ୍କ ଭୂମିକାରେ ନଜର ଆସିବେ ।

amrita

ଫିଲ୍ମର ପ୍ରଡ୍ୟୁସର ସଂଜୟ ରାଓ ଅଭିନେତ୍ରୀ ଅମ୍ରିତାଙ୍କ ଭୂମିକାକୁ ନେଇ କହିଥିଲେ ଅମ୍ରିତା, ମୀନାତାଇଙ୍କ ପରି ଖୁବ ସରଳ ଦେଖାଯାଆନ୍ତି । ତେଣୁ ତାଙ୍କ ଭୂମିକା ପାଇଁ ସେ ପରଫେକ୍ଟ । କହିରଖୁଛି ଯେ ମୀନାତାଇ ଠାକରେଙ୍କର ବାଲ ଠାକରେଙ୍କ ରାଜନୈତିକ କ୍ୟାରିୟରରେ ମଧ୍ୟ ବଡ ଯୋଗଦାନ ରହିଥିଲା । କୁହାଯାଇପାରେ ଯେ ବାଲ ଠାକରେ ମୀନାତାଇ ଠାକରେଙ୍କ ଠାରୁ ରାଜନୀତି ଶିଖିଥିଲେ । ଏହି ଫିଲ୍ମରେ ଅମ୍ରିତା ରାଓଙ୍କ ବ୍ୟତିତ ନବାଜୁଦ୍ଦୀନ ସିଦ୍ଦିକି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ସେ ବାଲ ଠାକରେଙ୍କ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More