Only for Entertainment

ଅମୃତସର ଟ୍ରେନ ଦୁର୍ଘଟଣା : ଅଜୟ ଦେବଗନଙ୍କ ମମେତ ଅନେକ ସେଲିବ୍ରିଟି ଜଣାଇଲେ ଦୁଃଖ ।

DNA India
50

ପଂଜାବର ଅମୃତସର ସହରରେ ଶୁକ୍ରବାର ବଡ ଦୁର୍ଘଟଣା ଘଟିଯାଇଛି । ଅମୃତସରରେ ରାବଣ ପୋଡି ଉତ୍ସବ ବେଳେ ଏକ ଟ୍ରେନ ଦର୍ଘଟଣାରେ ୬୦ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହାତ ହୋଇଛନ୍ତି । ଟ୍ରେନଟି ଜଳନ୍ଦରରୁ ଅମୃତସର ଆସୁଥିଲା । ଏହି ଦର୍ଘଟଣା ଅମୃତସରର ଚୋଡା ବଜାର ପାଖରେ ହୋଇଥିଲା । ରାବଣ ପୋଡି ବେଳେ ବାଣ ଏବଂ ନିଆଁ ପଡିବାରୁ ଲୋକେ ପଛକୁ ହଟିଯାଇଥିଲେ ଏବଂ ଟ୍ରେନ ଲାଇନ ଉପରେ ଠିଆ ହୋଇ ରାବଣ ପୋଡି ଦେଖୁଥିଲେ । ଠିକ ଏହି ସମୟରେ ଦୃତ ଗତିରେ ଟ୍ରେନ ଆସିଥିଲା ଏବଂ ଲୋକଙ୍କ ଉପରେ ଚଢି ପଳାଇଥିଲା ।

ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବଲିଉଡର ଅନେକ ସେଲିବ୍ରିଟି ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ଅଜୟ ଦେବଗନ ଟ୍ୱିଟ କରି କହିଥିଲେ, ଅମୃତସର ଘଟଣା ବିଷୟରେ ଶୁଣି ଦୁଃଖ ଲାଗିଲା । ଏହା ସହିତ ସେ ମୃତଙ୍କ ପରିବାର ଲୋକଙ୍କୁ ମମବେଦନା ଜଣାଇଥିଲେ । କେବଳ ଅଜୟ ଦେବଗନ ନୁହଁନ୍ତି ଅନିଲ କପୁର ଏବଂ ଫରହାନ ଅଖତରଙ୍କ ସମେତ ଅନେକ ଷ୍ଟାର ଏହି ଘଟଣା ପରେ ଦୁଃଖ ପ୍ରକାଶ କରିଛନ୍ତି ।

ଦେଖନ୍ତୁ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More