Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଅମୃତସରୀ ଫିସ୍ ଫ୍ରାଏ

YouTube
0 36

ଅମୃତସରୀ ଚିକେନ, ସୋରିଷ ଶାଗ, ମକା ରୁଟି ଏବଂ ଲସି ପରି ଅମୃତସରୀ ଫିସ୍ ଫ୍ରାଏ ମଧ୍ୟ ଖୁବ ପ୍ରସିଦ୍ଧ । ଯଦି ଆପଣଙ୍କୁ ଅମୃତସରୀ ଫିସ୍ ଫ୍ରାଏ ଖାଇବା ପାଇଁ ଇଚ୍ଛା ହେଉଥାଏ ତେବେ ଆପଣ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ…

ସାମଗ୍ରୀ-
ମାଛ- ୬୦୦ ଗ୍ରାମ
ଲୋମ୍ବୁ ରସ- ୧ ଚାମଚ
ଲଙ୍କା ପାଉଡର- ୧ ଚାମଚ
ଅଦା ପେଷ୍ଟ- ୧ ଚାମଚ
ରସୁଣ ପେଷ୍ଟ- ୧ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ଭିନେଗାର- ୧୧୦ ମିଲି
ବେସନ- ୧୧୦ ଗ୍ରାମ
ଜୁଆଣି- ୧ ଚାମଚ
ଅଣ୍ଡା- ୧ଟି
ଦହି- ୧୩୦ ଗ୍ରାମ
ଚାଉଳ ଚୁନା- ୨ ଚାମଚ
ତେଲ- ଛାଣିବା ପାଇଁ

ପ୍ରଣୀଳୀ-

– ଏକ ପାତ୍ରରେ ୬୦୦ ଗ୍ରାମ ମାଛ, ୧ ଚାମଚ ଲେମ୍ବୁ ରସ, ୧ ଚାମଚ ଲଙ୍କା ପାଉଡର, ୧ ଚାମଚ ଅଦା ପେଷ୍ଟ, ୧ ଚାମଚ ରସୁଣ ପେଷ୍ଟ, ୧/୨ ଚାମଚ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ଏବଂ ଏହାକୁ ମ୍ୟାରିନେଟ ହେବା ପାଇଁ ୨୦ ମିନିଟ ରଖିଦିଅନ୍ତୁ ।

– ବର୍ତ୍ତମାନ ଏଥିରେ ୧୧୦ ମିଲି ଭିନେଗାର, ୧୧୦ ଗ୍ରାମ ବେସନ, ୧ ଚାମଚ ଜୁଆଣି, ଅଣ୍ଡା, ୧୩୦ ଗ୍ରାମ ଦହି, ୨ ଚାମଚ ଚାଉଳ ଚୁନା ପକାଇ ଭଳ ଭାବେ ମିଶାଇ ୧୫ ମିନିଟ ପାଇଁ ମ୍ୟାରିନେଟ ହେବା ପାଇଁ ଛାଡି ଦିଅନ୍ତୁ ।

– ଏହାପରେ ଏକ କଢେଇରେ ତେଲ ଗରମ କରି ଏହି ମିଶ୍ରଣକୁ ଗୋଲଡେନ ବ୍ରାଉନ ଦେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ ।

– ଆପଣଙ୍କର ଅମୃତସରୀ ଫିସ୍ ଫ୍ରାଏ ପ୍ରସ୍ତୁତ ହୋଇଗଲା ଏହାପରେ ଗରମ ଗରମ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More