Only for Entertainment

ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଅମ୍ରିତସରୀ ଫିଶ୍

66

ମାଛକୁ ନେଇ ଯଦିଓ ଆପଣ ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରନ୍ତି, ତଥାପି ଏହି ରେସିପି ସମ୍ପୂର୍ଣ୍ଣ ନିଆରା । ଆଜ୍ଞା ହଁ ଅମ୍ରିତସରୀ ଫିଶ ରେସିପି ଦେଖିବା ମାତ୍ରେ ମୁହଁରେ ପାଣି ଆସିଯାଏ । ତେବେ ଆସନ୍ତୁ ଶିଖିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ମାଛକୁ ଭଲ ଭାବରେ କାଟି ଧୋଇ ଦିଅନ୍ତୁ । ଏହାକୁ ଆକୃତିରେ ଖୁବ ଛୋଟ ନକଲେ ଭଲ । ଏହାପରେ ସେଥିରେ ଅଦା ଓ ରସୁଣ ବଟା,ଲୁଣ, ଲଙ୍କା ଗୁଣ୍ଡ, କସ୍ତୁରୀ ମେଥି, ତନ୍ଦୁରୀ ମସଲା, ବିରିୟାନୀ ମସଲା, ସାମାନ୍ୟ ଆମଚୁର, ଲେମ୍ବୁ ରସ ଓ ହଳଦୀ ପକାଇ ଭଲ ଭାବରେ ମିଶାନ୍ତୁ ।

ଏବେ ଅଳ୍ପ କିଛି ବେସନକୁ ସାମାନ୍ୟ ରୋଷ୍ଟ କରନ୍ତୁ । ଧ୍ୟାନ ରଖିବେ ଯେପରି ଏହାର ରଙ୍ଗ ଗାଢା ନ ହୁଏ । କେବଳ ବାସ୍ନା ପାଇଁ ବ୍ୟବହାର ହେବ । ମ୍ୟାରିନେଟ ମାଛକୁ ୧୦ ମିନିଟ ପାଇଁ ରଖନ୍ତୁ । ଏବେ ଏକ ବଡ଼ ତାୱା ଗରମ ଗରନ୍ତୁ । ଏବେ ମାଛରେ ଅଳ୍ପ ଜୁଆଣି ପକାନ୍ତୁ । ଏହାପରେ ମାଛକୁ ତାୱାରେ ପକାନ୍ତୁ । ଦୁଇ ପାଶ୍ୱର୍କୁ ଭଲ ଭାବରେ ଫ୍ରାଏ କରନ୍ତୁ । ଏହାପରେ ମାଛ ଉପରେ ବେସନକୁକୁ ଛିଂଚି ଅଳ୍ପ ଭାଜି ବାହାର କରନ୍ତୁ । ଏହାକୁ ପୋଦିନା ଚଟଣୀ ବା ଅନ୍ୟ କୌଣସି ଚଟଣୀ ସହିତ ଗରମ ଗରମ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More