Only for Entertainment

ଦୀପିକା-ଐଶ୍ୱର୍ଯ୍ୟାଙ୍କ କାନ୍ସ ଲୁକରେ ଫିଦା ହେଲା ଅମୁଲ ବ୍ରାଣ୍ଡ, ଅନୋଖା ଅନ୍ଦାଜରେ କଲା ପ୍ରଶଂସା

bollywood tadka
29

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୯ରେ ହଲିଉଡ ଏବଂ ବଲିଉଡର ଅଭିନେତ୍ରୀମାନେ ନିଜ ଜଲୱା ଦେଖାଇଛନ୍ତି । ଏହି ଇଣ୍ଟରନ୍ୟାସନାଲ ଇଭେଣ୍ଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସୋନମ କପୁର, କଙ୍ଗନା ରଣାୱତ ଏବଂ ହିନା ଖାନଙ୍କ ପରି ଅଭିନେତ୍ରୀ ନିଜର ହଟ ଏବଂ ଗ୍ଲାମରସ ଲୁକରେ ସମସ୍ତଙ୍କୁ ଇମ୍ପ୍ରେସ କରିଛନ୍ତି ।

ନିକଟରେ କାନ୍ସରେ ଦୀପିକା ଏବଂ ଐଶ୍ୱର୍ଯ୍ୟାଙ୍କ ଲୁକକୁ ନିଜର ଲ୍ୟାଟେଷ୍ଟ ଆଡରେ ଅମୁଲ କମ୍ପାନୀ ବହୁତ କ୍ୟୁଟ ଅନ୍ଦାଜରେ ଦର୍ଶାଇଛନ୍ତି । ଏହି ଆଡରେ ଦୀପିକାଙ୍କ ଲାଇଟ ଗ୍ରୀନ ଗାଉନକୁ ସାମିଲ କରାଯାଇଛି । ସେହିପରି ଐଶ୍ୱର୍ଯ୍ୟାଙ୍କ ଫିସ-କଟ ଗାଉନ ଏହି ଆଡରେ ଦେଖିବାକୁ ମିଳିଛି । ଏହା ସହିତ ଅମୁଲ ବ୍ରାଣ୍ଡ ଦୁହିଁଙ୍କ ଲୁକର ପ୍ରଶଂସା ଖୁବ ଅନୋଖା ଅନ୍ଦାଜରେ କରିଛନ୍ତି ।

amul

ଦୁହିଁଙ୍କ ଲୁକର ପ୍ରଶଂସା କରି ଅମୁଲ ବ୍ରାଣ୍ଡ ଟ୍ୟାଗଲାଇନ ଦେଇଥିଲେ, ‘ଗୋରୀ ତେରା ଗାଉନ ବଡା ନ୍ୟାରା’ । ଅମୁଲର ଏହି ଆଡରେ ଦୀପିକା- ଐଶ୍ୱର୍ଯ୍ୟାଙ୍କ କାନ୍ସ ୨୦୧୯ ଲୁକକୁ କମ୍ପାନୀ ନିଜର ସିଗନେଚର ଅମୁଲ ଗର୍ଲ ସହିତ ପ୍ରେଜେଣ୍ଟ କରିଛନ୍ତି । ଅମୁଲର ଏହି ନୂଆ ଆଡକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ଏହା ପ୍ରଥମଥର ନୁହେଁ ଯେ, ଅମୁଲ ଏପରି କିଛି କରିଛି । ବ୍ରାଣ୍ଡ ଅନେକ ଥର ନିଜର ଅନୋଖା ଅନ୍ଦାଜ ଜରିଆରେ ଲୋକଙ୍କ ପ୍ରଶଂସା କରି ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More