Only for Entertainment

ବକ୍ସ ଅଫିସରେ ‘ମିଶନ ମଙ୍ଗଳ’ର ସଫଳତା ପରେ ବଟର ବ୍ରାଣ୍ଡ ‘ଅମୁଲ’ର ଖାସ ଟ୍ୱିଟ

latestly
60

ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ବକ୍ସ ଅଫିସରେ ଚାଇ ରହିଛି । ଗୋଟିଏ ସପ୍ତାହ ଏହି ଫିଲ୍ମ ୧୨୫ କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇପାରିଛି । ଦର୍ଶକଙ୍କ ବ୍ୟତିତ ସମୀକ୍ଷକ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି । ଏବେ ଇଣ୍ଡିଆର ପ୍ରସିଦ୍ଧ ବଟର ବ୍ରାଣ୍ଡ ଅମୁଲ ମଧ୍ୟ ମିଶନ ମଙ୍ଗଳକୁ ନେଇ ଖାସ ଟ୍ୱିଟ କରିଛନ୍ତି । ଅମୁଲର ଏହି ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅମୁଲ ଦ୍ୱାରା ସେୟାର କରାଯାଇଥିବା ଏହି ଫଟୋରେ ଅକ୍ଷୟ କୁମାର ଏବଂ ତାପସୀ ପନ୍ନୁଙ୍କ ଭୂମିକାର ଆନିମେଟେଡ ଭର୍ସନ ଦେଖିବାକୁ ମିଳିଛି । ସେୟାର କରାଯାଇଥିବା ଏହି ଫଟୋରେ ମିଶନ ମଙ୍ଗଳ ବଦଳରେ ମିଶନ ମଖନ ଲେଖାଯାଇଛି । ଅଭିନେତ୍ରୀ ତାପସୀ ପନ୍ନୁ ନିଜ ସୋସିଆଲ ମିଡିଆରେ ଏହି ଫଟୋକୁ ସେୟାର କରିଛନ୍ତି ।

ଫଟୋ ସେୟାର କରି ତାପସୀ କ୍ୟାପସନରେ ଲେଖିଛନ୍ତି ‘ଏହା କେତେ କୁଲ । ଏହା ସବୁବେଳେ ଖାସ ହୋଇଥାଏ । ଧନ୍ୟବାଦ ଅମୁଲ କମ୍ପାନୀ । ଆଗାମୀ ଥର ମୁଁ ମୋ ଲୁକ୍ କୁ ଆହୁରି ଭଲ କରିବା ପାଇଁ ହେୟାର ବ୍ୟାଣ୍ଡ ଲଗାଇବି ।’

ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମରେ ତାପସୀ ପନ୍ନୁ, ଅକ୍ଷୟ କୁମାରଙ୍କ ବ୍ୟତିତ ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, କିର୍ତି କୁହ୍ଲାରୀ, ନିତ୍ୟା ମେନନ ଏବଂ ଶରମନ ଜୋଶୀଙ୍କ ପରି କଳାକାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହୋଇ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More