Only for Entertainment

ଲୋକମାନେ ଯାହାକୁ ଭାବିଲେ ବିରଳ ପକ୍ଷୀ, ସେ ତ ହଳଦୀ ବୋଳା ଏକ ସାମୁଦ୍ରିକ ପକ୍ଷୀ !

71

ଗୋଟିଏ ସୁନ୍ଦର ନାରଙ୍ଗୀ ପକ୍ଷୀ ଉଡି ପାରୁନଥିଲା । ଯାହା ଉପରେ ଲୋକଙ୍କ ନଜର ପଡିଥିଲା , ସେହି ପକ୍ଷୀକୁ ‘ୱାଇଲ୍ଡଲାଇଫ ହସ୍ପିଟାଲ’ ନେଇଯାଇଥିଲେ । ଆରମ୍ଭରୁ ‘ ଟାଇଗ୍ୱିଂକ୍ଲସ ବନ୍ୟଜୀବ ହସ୍ପିଟାଲ’ର ପଶୁ ଚିକିତ୍ସକ ଏହାର ଖାସ ରଙ୍ଗ ଦେଖି ନିଆରା ପ୍ରଜାତିର ଚଢେଇ ବୋଲି ଭାବି ନେଇଥିଲେ । କିନ୍ତୁ ଯେତେବେଳେ ପକ୍ଷୀକୁ ଗାଧୋଇ ଦେଲେ , ସେ ନିଜ ନଜର ଉପରେ ବିଶ୍ୱାସ କରିପାରିଲେ ନାହିଁ ।


ଅସଲରେ ଚିକିତ୍ସକ ଯେତେବେଳେ ଚଢେଇଟିକୁ ଗାଧୋଇ ଦେଲେ ତାଙ୍କୁ ଜଣା ପଡିଲା ଯେ ଏହା କେବଳ ଏକ ସାଧାରଣ ସାମୁଦ୍ରିକ ପକ୍ଷୀ, ଯାହାକୁ ହଳଦୀରେ ଗାଧୁଆ ହୋଇଥିଲା । ଏହାପରେ ହସ୍ପିଟାରେ କର୍ମଚାରୀ ମାନେ ‘ଭିଣ୍ଡାଲୁ କରୀ’କୁ ସମ୍ମାନ ଦେଇ ଏହି ସିଗଲ ଚଢେଇର ନାଁ ରଖିଛନ୍ତି ‘ବିନି’ । ଅସଲରେ ସିଗଲ ଠାରୁ ସେହି ତରକାରୀର ବାସ୍ନା ଆସୁଥିଲା ।

ଏହି ହସ୍ପିଟାଲ ପକ୍ଷୀର ଫଟୋ ଶେୟାର କରି ଲେଖିଛନ୍ତି ଯେ ତାଙ୍କୁ ଜଣା ନାହିଁ କେମିତି ଏହି ପକ୍ଷୀର ଏଭଳି ଅବସ୍ଥା ହେଲା । କିନ୍ତୁ ଯାହା ହେଉ ଏଭଳି ରଂଗ ଏବଂ ବାସ୍ନା ବ୍ୟତୀତ ଏବେ ଚଢେଇଟି ଠିକ ଅଛି । ଏହି ଚଢେଇର ଡେଣାରେ ତରକାରୀ ଲାଗିଥିଲାରୁ ସେ ଉଡି ପାରୁନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More