Only for Entertainment

ଇଣ୍ଡୋନେସିଆର ନିଆରା ଉତ୍ସବ, ଅଜଣା ପୁରୁଷଙ୍କ ସହ ମହିଳା ରଖନ୍ତି ସମ୍ପର୍କ !

59

ବିବାହ ପରେ ପର ପୁରୁଷ ବିଷୟରେ ଭାବିବା ମଧ୍ୟ ପାପ ହୋଇଥାଏ। କିନ୍ତୁ ଦୁନିଆରେ ଏପରି ଏକ ଜାଗା ରହିଛି ଯେଉଁଠାରେ ପର ପୁରୁଷ ସହ ସମ୍ପର୍କ ସ୍ଥାପନ କରିଲେ ପାପ ହୋଇନଥାଏ। ବରଂ ଏହା କରିବାଦ୍ବାରା ଦେବତାମାନଙ୍କଠାରୁ ଆର୍ଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି।

ଇଣ୍ଡୋନେସିଆର ଏକ ଛୋଟଆ ଗାଁ ସୋଲୋ । ଏଠାରେ ଏହି ଅଦ୍ଭୁତ ପରମ୍ପରା ରହିଛି। ଏଠାରେ ପ୍ରତି ବର୍ଷ କେମୁକସ୍ ପର୍ବତରେ ପୋନ୍ ଫେଷ୍ଟିଭାଲର ଆୟୋଜନ ହୋଇଥାଏ। ଏଠାରେ ଲୋକମାନେ ପୈଙ୍ଗରେନ ସମୋଦ୍ରୋ ଏବଂ ଓନ୍ତ୍ରୋବୁଲାନଙ୍କ ସମାଧୀରେ ଫୁଲ ଚଢ଼ାନ୍ତି ଏବଂ ଏଠାରେ ଥିବା କୁଣ୍ଡରେ ଗାଧୋଇଥାନ୍ତି। ଏହା ପରେ ଅଜଣା ପୁରୁଷ-ମହିଳା ଶାରିରୀକ ସମ୍ପର୍କ ସ୍ଥାପନ କରନ୍ତି।

ବିଶ୍ବାସ ରହିଛି ଯେ ଏଠାରେ ଅଜଣା ମହିଳା ଏବଂ ପୁରୁଷ ଆସି ସମ୍ପର୍କ ସ୍ଥାପନ କଲେ ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ। କେବଳ ଏତିକି ନୁହେଁ , ଯେଉଁ ମହିଳା ଓ ପୁରୁଷମାନେ ପ୍ରଥମ ଥର ସମ୍ପର୍କ ସ୍ଥାପନ କରିଥାନ୍ତି ସେମାନଙ୍କୁ ପ୍ରତି ୩୫ଦିନରେ ଆସି ପୁଣି ସମ୍ପର୍କ ସ୍ଥାପନ କରିବାକୁ ପଡ଼ିଥାଏ ଏବଂ ଏହା ବର୍ଷରେ ୭ଥର କରିବାକୁ ପଡ଼ିଥାଏ।

ଏହି ପରମ୍ପରା ପଛରେ ଜଣେ ମା ପୁଅଙ୍କ କାହାଣୀ ରହିଛି। କୁହାଯାଏ ଯେ ଷୋଡ଼ଶ ଶତାବ୍ଦୀରେ ପୈଙ୍ଗରାନ ସମୋଦ୍ରୋ ନାମରେ ଜଣେ ରାଜା ଥିଲେ। ସେ ନିଜ ସବତ ମା ନାୟୀ ଓନ୍ତ୍ରୋବୁଲାନ୍ ସହ ଯୌନସମ୍ପର୍କ ସ୍ଥାପନ କରୁଥିବାବେଳେ ସେମାନଙ୍କୁ ହତ୍ୟା କରାଯାଇଥିଲା। ଏଥିପାଇଁ ଦୁଇଜଣଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଏଠାରେ ଲୋକମାନେ ଯୈାନ ସମ୍ପର୍କ ସ୍ଥାପନ କରନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୈଙ୍ଗରାନ ଓ ନାୟୀ ଯାହା ବଞ୍ଚିଥିବାବେଳେ କରିପାରିଲେ ନାହିଁ ଅନ୍ୟମାନେ କରୁଥିବାରୁ ସେମାନଙ୍କୁ ପୈଙ୍ଗରାନ ଏବଂ ନାୟୀଙ୍କର ଆର୍ଶୀବାଦ ମିଳିଥାଏ ଏବଂ ସେମାନଙ୍କ ଘରେ ସୁଖ ଏବଂ ସୈାହାର୍ଦ୍ଦ୍ୟ ପ୍ରତିଷ୍ଠା ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More