Only for Entertainment

ସୋନମ ଏବଂ ଆନନ୍ଦଙ୍କ ଏହି ଫଟୋକୁ ଦେଖି ଲୋକେ କହିଲେ ବିରାଟ-ଅନୁଷ୍କାଙ୍କୁ ନକଲ କରିଛ

bollywood tadka
0 45

ବଲିଉଡ ଅଭିନେତ୍ରୀ ସୋନମ କପୁର ୮ ମଇରେ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି । ବିବାହ ପରେ ସୋନମ ସୋସିଆଲ ମିଡିଆରେ ନିଜ ବିବାହର ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋ ସେୟାର କରବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଲୋକେ ଫଟୋକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

sonam

ନିକଟରେ ଆନନ୍ଦ ପତ୍ନୀ ସୋନମଙ୍କ ସହିତ ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ଆନନ୍ଦ ସୋନମଙ୍କୁ କିସ କରୁଥିବାର ନଜର ଆସିଥିବା ବେଳେ ଅନ୍ୟ ଫଟୋରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବାକୁ ଦେଖିବାକୁ ମିଳିଛି ।

sonam 1

ଦୁହିଁଙ୍କର ଏହି ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲେକେ ତାଙ୍କ ଫଟୋକୁ ଖୁବ ପସନ୍ଦ କରିଥିବା ବେଳେ କେତେ ଲୋକ ଦୁହିଁଙ୍କୁ ଟ୍ରୋଲ କରି କହିଛନ୍ତି ବିରାଟ ଅନୁଷ୍କାଙ୍କ ନକଲ କରିଛ । ଅନୁଷ୍କା ହନିମୁନ ସମୟରେ ବିରାଟଙ୍କୁ ହଗ କରି ଏହିପରି ଭାବେ ଫଟୋ ଉଠାଇଥିଲେ ।

cmnt

ତେବେ ସୋନମ ଏବଂ ଆନନ୍ଦଙ୍କ ଏହି ଫଟୋରେ ଅନେକ ବଲିଉଡ ସେଲିବ୍ରିଟି କମେଣ୍ଟ କରିଛନ୍ତି । ରଣବୀର ସିଂ ଲଭ ଇମୋଜୀ କମେଣ୍ଟରେ ଦେଇଥିବା ବେଳେ ଜାହ୍ନବୀ ମଧ୍ୟ ଦୁହେଁ କ୍ୟୁଟ ଲାଗୁଛ ବୋଲି କମେଣ୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More