Only for Entertainment

ଅନନ୍ୟା ପାଣ୍ଡେ ସୁହାନା ଖାନଙ୍କୁ କଲେ ବର୍ଥଡେ ୱିଶ, ଶେୟାର କଲେ କ୍ୟୁଟ ଫଟୋ !

53

ବଲିଉଡ ରୋମାଂଟିକ କିଙ୍ଗ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଆଜି ନିଜର ବର୍ଥଡେ ସେଲିବ୍ରେଟ କରୁଛନ୍ତି । ସୁହାନାଙ୍କ ଜନ୍ମ ୨୨ମେ ୨୦୦୦ରେ ହୋଇଥିଲା । ସୁହାନାଙ୍କୁ ତାଙ୍କ ବର୍ଥଡେ’ରେ ଅନେକ ସାରା ଶୁଭେଚ୍ଛା ଏବଂ ଶୁଭକାମନା ମିଳୁଛି । ଏବେ ତାଙ୍କ ବେଷ୍ଟ ଫ୍ରେଣ୍ଡ ଷ୍ଟୁଡେଂଟ ଅଫ ଦ ଇୟର୨ରେ ବଲିଉଡରେ ଡେବ୍ୟୁ କରିଥିବା ଅନନ୍ୟା ପାଣ୍ଡେ ଖୁବ ସ୍ପେଶାଲ ପ୍ରକ୍ରିୟାରେ ବର୍ଥଡେ ୱିଶ କରିଛନ୍ତି । ଅନନ୍ୟା ପାଣ୍ଡେ ଇନଷ୍ଟାଗ୍ରାମରେ ସୁହାନାଙ୍କ ସହ ପିଲାଦିନର ଫଟୋ ଶେୟାର କରିଛନ୍ତି ।

ଅନନ୍ୟା ପାଣ୍ଡେ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସୁହାନା ଖାନ , ଅନନ୍ୟା ପାଣ୍ଡେ ଏବଂ ସନାୟା କପୂର ନଜର ଆସିଛନ୍ତି । ତିନି ଜଣ ହାତରେ ବନ୍ଦୁକ ଧରିଛନ୍ତି । ତିନି ଜଣ ଏହି ପିଲାଦିନରେ ଫଟୋରେ ଖୁବ ସୁନ୍ଦର ଦିଶୁଛନ୍ତି । ଫଟୋ ଶେୟାର କରି ଅନନ୍ୟା ବର୍ଥଡେ ୱିଶ କରିଛନ୍ତି ।

 

View this post on Instagram

 

happiest bday to my littlest baby with the biggest heart ❤️ We love u Sueeeee ? #CharliesAngels #MajorThrowback ?

A post shared by Ananya ??‍?? (@ananyapanday) on


ସୁହାନା ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ହିଁ ଷ୍ଟାର ହୋଇଗଲେଣି । ସୁହାନା ନିଜ ଫିଟନେଓ ଏବଂ ଆଉଟଫିଟକୁ ନେଇ ଖୁବ ଚର୍ଚ୍ଚାରେ ରହିଥାଆନ୍ତି । ସୁହାନା ଅଭିନୟକୁ ପସନ୍ଦ କରନ୍ତି ଏବଂ ତାଙ୍କ ନାଁରେ ଫ୍ୟାନ ପେଜ ମଧ୍ୟ ଚାଲିଛି । ସେ ଏବେ ପାଠପଢାରେ ବ୍ୟସ୍ତ ଅଛନ୍ତି । ପାଠପଢା ସରିଲେ ସେ ହୁଏତ ଅଭିନୟରେ ପାଦ ଦେବେ । ଏବେ ସେ ଲଣ୍ଡନ ଥିଏଟରରେ ଅଭିନୟ କରୁଛନ୍ତି ।

ସେହିଭଳି ଅନନ୍ୟା ପାଣ୍ଡେଙ୍କ ବିଷୟରେ କହିବାକୁ ଗଲେ ସେ ନିକଟରେ କରଣ ଜୋହରଙ୍କ ଷ୍ଟୁଡେଂଟ ଅଫ ଦ ଇୟର୨ରେ ଅଭିନୟ କରିଥିଲେ ଏବଂ ଖୁବଶୀଘ୍ର କାର୍ତ୍ତିକ ଆର‌୍ୟନଙ୍କ ସହ ଆଉ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More