Only for Entertainment

ନ୍ୟୁଜିଲ୍ୟାଣ୍ଡରେ ମିଳିଲା ୧୯ ମିଲିଅନ ବର୍ଷ ପୁରୁଣା ଶୁଆ ! ଉଚ୍ଚତା ରହିଛି ୧ ମିଟର, ଓଜନ ୭ କିଲୋ

latestly
153

ନ୍ୟୁଜିଲ୍ୟାଣ୍ଡରେ ଏକ ବିଶାଳ ଶୁଆ ପାଖାପାଖି ୧୯ ମିଲିୟନ୍‌ ବର୍ଷ ପୂର୍ବରୁ ବୁଲୁଥିଲା ବୋଲି ନିକଟରେ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଯାହାର ଉଚ୍ଚତା ୧ମିଟର (୩ଫୁଟ ୩ଇଞ୍ଚ) ଓ ଓଜନ ୭କିଲୋ ରହିଥିଲା ବୋଲି କୁହାଯାଉଛି। ଏହି ନୂଆ ଅଧ୍ୟୟନରୁ ଜଣାପଡ଼ିଛି କି ଏହି ଶୁଆର ଅବଶେଷ ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ଓଟାଗୋ ଅଞ୍ଚଳର ସେଣ୍ଟ ବାଥନସ ନିକଟରୁ ମିଳିଛି। ଏହି ଅଧ୍ୟୟନ ରିପୋର୍ଟ ଲୋକମାନଙ୍କୁ ହଇରାଣ କରି ଦେଇଛି।

କାରଣ ଏହି ଶୁଆର ଓଜନ ଓ ଉଚ୍ଚତା ଦେଖି ଜଣାପଡ଼ୁଛି କି ଶୁଆ ପକ୍ଷୀଙ୍କ ଭଳି ଉଡି ପାରୁ ନଥିଲା ସେ ମାଂସାହାରୀ ଥିଲା। ଜୀବବିଜ୍ଞାନ ପତ୍ରିକାରେ ମଙ୍ଗଳବାର ଏହି ପକ୍ଷୀର ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ ଥିଲା କି ଏହି ଶୁଆର ଓଜନ ୭କିଲୋ ରହିଛି।

ପେଲିୟୋଣ୍ଟୋଲଜିଷ୍ଟ ପକ୍ଷୀ ବିଷୟରେ ଅଧିକ କିଛି କହି ପାରୁ ନାହାନ୍ତି। କାରଣ ତାଙ୍କୁ କେବଳ ଶୁଆର ଗୋଡ ଓ ହାଡ ମିଳିଛି। ଶୁଆର ହାଡ ଓ ଗୋଡକୁ ଖୋଜି ବାହାର କରିଥିବା ଅଧ୍ୟୟନକାରୀ ଏହାର ନାମ ‘ହେରାକଲ୍ସ ଇନଏକ୍ସପେକ୍ଟାଟସ’୍‌ ନାମ ଦେଇଛନ୍ତି। ଏହି ବିଶାଳ ଶୁଆର ଜୀବାଶ୍ମ ୧୯୦ଲକ୍ଷ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More