Only for Entertainment

ଭାରତରେ ରହିଛି ଏପରି ଏକ ସ୍ଥାନ ଯେଉଁଠି ଆଜି ମଧ୍ୟ ପାଳନ କରାଯାଏ ରାଜାଙ୍କ ଆଦେଶ ।

NAMO TV
0 43

ପୁରାତନ ସମୟରେ ଭାରତରେ ରାଜା ମହାରାଜଙ୍କ ଆଧିପତ୍ୟ ରହିଆସିଥିଲା । ସେମାନଙ୍କ ନିର୍ଦ୍ଦେଶ ଥିଲା ସର୍ବୋପରି । ଏହାକୁ ଉଲ୍ଲଂଘନ କରିବାର ସାହସ କାହାର ନଥିଲା । ରାଜା ରାଜୁଡା ଶାସନ ଭାରତରେ ଏବେ ନଥିଲା ବେଳେ ଆଜି ବି ଏପରି ଏକ ସ୍ଥାନ ଅଛି ଯେଉଁଠି ଲୋକେ ରାଜା ଦେଇଥିବା ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ।

pic3

ଛତିଶଗଡର ଜଗଦଲପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୩୫କିଲୋମିଟର ଦୂର ଇନ୍ଦ୍ରାବତୀ ନଦୀକୂଳରେ ରହିଛି ଛିନ୍ଦଗାଓଁ ନାମକ ଏକ ସ୍ଥାନ । ଏଠାରେ ଲୋକେ ରାଜାଙ୍କ ନିର୍ଦ୍ଦେଶକୁ ଆଜି ବି ପାଳନ କରୁଛନ୍ତି । ଏଠାରେ ଏକ ଶିବ ମନ୍ଦିର ରହିଛି । ୧୦ମ ଶତାଦ୍ଦୀରେ କିଛି ମୂର୍ତ୍ତି ଏଠାରେ ରାଜା ସ୍ଥାପନ କରିଥିଲେ । ସେ ସମୟରେ ରାଜା ଆଦେଶ ଦେଇଥିଲେ ଯେ, ଏହି ମୂର୍ତ୍ତିକୁ କେହି ଛୁଇଁବେ ନାହିଁ । ଆଜି ବି ମନ୍ଦିର ପରିସରରେ ରାଜାଙ୍କର ଏହି ନିର୍ଦ୍ଦେଶ ଉଲ୍ଲେଖ ରହିଛି । ମନ୍ଦିରରେ ପୁରୁଣା ଶିବ ଲିଙ୍ଗ ସମେତ ଭଗବାନ ନରସିଂହ, ନଟରାଜ, ମାତା କଙ୍କାଲିନିଙ୍କ ଏକ ପୁରୁଣା ମୂର୍ତ୍ତି ରହିଛି ।

pic2

ଲୋକଙ୍କ ବିଶ୍ୱାସ ଯେ ଏଠାରେ ସ୍ଥାପିତ ହୋଇଥିବା ମୂର୍ତ୍ତିକୁ ଛୁଇଁଲେ ଅଭିଶାପ ପଡିବ । ତେଣୁ ଲୋକେ ଏହାକୁ ଛୁଇଁବାକୁ ଡରନ୍ତି । ଏହି ବିରଳ ମୂର୍ତ୍ତିକୁ ସଂଗ୍ରାହଳୟରେ ରଖିବାର ଚେଷ୍ଟା ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କ ବିରୋଧ କାରଣରୁ ଏହା ହୋଇପାରୁନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More