Only for Entertainment

ରିଲିଜ ହେଲା ‘Angel Has Fallen’ ଇଂଟରନେସନାଲ ଟ୍ରେଲର ।

youtube
33

‘ଆଂଜେଲ ହାଜ ଫଲେନ’ ଏକ ଆମେରିକାନ ଆକ୍ସନ ଥ୍ରିଲର ଫିଲ୍ମ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରିକ ରୋମାନ ୱାଗ । ଫିଲ୍ମରେ ଗେରାର୍ଡ଼ ବଟଲର ଏବଂ ମୋର୍ଗାନ ଫ୍ରିମାନ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହା ଅଲିମ୍ପସ ହାଜ ଫଲେନ ଫିଲ୍ମ ସିରିଜର ତୃତୀୟ ଭାଗ । ଏହା ୨୩ ଅଗଷ୍ଟ ୨୦୧୯କୁ ରିଲିଜ ହେବାକୁ ଯାଉଛି ।

ଏହି ଫିଲ୍ମ କଥା ୨୦୧୬ ଅକ୍ଟୋବର ୨୮ରେ ଘୋଷଣା କରାଯାଇଥିଲା । ଫିଲ୍ମ ଉପରେ କାର୍ଯ୍ୟକାରୀ ହେଉଛି ଏବଂ ଗେରାର୍ଡ଼ ବଟଲର ଫିଲ୍ମରେ ପୁଣିଥରେ ନଜର ଆସିବେ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ତେବେ ପୁଣିଥରେ ଫିଲ୍ମର ଆଉ ଏକ ସିରିଜ ରିଲିଜ ହେବାକୁ ଯାଉଛି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ବଟଲରଙ୍କ ଜବରଦସ୍ତ ଆକ୍ସନ ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More