Only for Entertainment

ରିଲିଜ ହେଲା ଇରଫାନ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିଅମ’ର ଟ୍ରେଲର, କମେଡି ଡ୍ରାମାରେ ଲାଗିଲା ଇମୋସନାଲର ତଡକା

dna India
292

୨୦୧୭ରେ ରିଲିଜ ହୋଇଥିବା ହିନ୍ଦୀ ମିଡିଅମ ପରେ ଅଭିନେତା ଇ ରଫାନ ଖାନ ପୁଣିଥରେ ନିଜ ଷ୍ଟାଇଲରେ ଭାଷା ଜ୍ଞାନ ଦେବା ଆସୁଛନ୍ତି । ଆଜ୍ଞା ହଁ, ଇରଫାନ ଖାନଙ୍କ ଆଗାମୀ ଫିଲ୍ମ ‘ଅଂଗ୍ରେଜୀ ମିଡିଅମ’ର ଟ୍ରେଲର ରିଲିଜ ହୋଇସାରିଛି ।

ମଧ୍ୟବିତ୍ତ ପରିବାରର ଜଣେ ଏକୁଟିଆ ବାପା ଝିଅକୁ ବିଦେଶରେ ପଢାଇବା ପାଇଁ କେତେ ସ୍ୱପ୍ନ ଦେଖେ ଏବଂ ତାକୁ ପୂରା କରିବା ପାଇଁ କ’ଣ କ’ଣ କରେ ତାହା ଟ୍ରେଲରରେ ଦେଖିବାକୁ ମିଳିଛି । ଏହା ବ୍ୟତିତ ଟ୍ରେଲରରେ ବାପା ଝିଅର ବଣ୍ଡିଂ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମ ଅଂଗ୍ରେଜୀ ମିଡିଅମରେ ଆପଣ କମେଡି ସହିତ ଇମୋସାନର ଜବରଦସ୍ତ ତଡକା ଦେଖିବାକୁ ପାଇଁ ।

ହୋମୀ ଅଦଜାନିଆଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଇରଫାନ ଖାନ ଏବଂ କରୀନା କପୁର ଲିଡ ରୋଲରେ ନଜର ଆସିବେ । ଦୁହିଁଙ୍କ ବ୍ୟତିତ ଫିଲ୍ମରେ ରାଧିକା ମଦାନ, ଦୀପକ ଡୋବରିଆଲ, କିକୁ ଶାରଦା ଏବଂ ଡିମ୍ପଲ କପାଡିଆ ଆଦି ନଜର ଆସିବେ । ଫିଲ୍ମ ୨୦ ମାର୍ଚ୍ଚ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More